ଗଜପତି କାଶୀନଗରରେ ଆନ୍ଧ୍ରର ଦାଦାଗିରି

Published By : Prameya-News7 Bureau | September 04, 2018 IST

ପୁଣି ଗଜପତି କାଶୀନଗରରେ ଦେଖିବାକୁ ମିଳିଛି ଆନ୍ଧ୍ରର ଦାଦାଗିରି । ପୂର୍ବରୁ ଆନ୍ଧ୍ର ଅନୁପ୍ରବେଶକୁ ରୋକିବାକୁ ସୀମା ନିର୍ଦ୍ଧାରଣ କରି ଫଳକ ଲଗାଇଥିଲା ଜିଲ୍ଲା ପ୍ରଶାସନ । ହେଲେ ଏହାକୁ ବେଖାତିର କରି ,ପୁଣି ଥରେ ଖିଙ୍ଗା ଗାଁ ସୀମାରେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଆନ୍ଧ୍ରର ଏଭଳି ବାରମ୍ବାର ଅନୁପ୍ରବେଶକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଖବର ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ତହସିଲଦାର୍ । ମନା କରିବା ସତ୍ବେ ଯଦି ଆନ୍ଧ୍ର ରାସ୍ତା କାମ କରୁଛି, ତା ହେଲେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବ ବେ।ଲି କହିଛନ୍ତି ତହସିଲଦାର୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.