ସୀମାରେ ଆନ୍ଧ୍ରର ପୁଣି ଦାଦାଗିରି, ଅନୁପ୍ରବେଶ କରି କଲା ରାସ୍ତା ନିର୍ମାଣ

Published By : Prameya-News7 Bureau | December 18, 2020 IST

କୋରାପୁଟ/ପଟ୍ଟାଙ୍ଗି ୧୮।୧୨: ସମ୍ବାଇ ସୀମାରେ ଆନ୍ଧ୍ରର ଦାଦାଗିରି। ଅମାନିଆ ଆନ୍ଧ୍ର ସମ୍ବାଇ ପଞ୍ଚାୟତରେ ପୁଣି ସୀମା ଲଙ୍ଘିଛି। ସମ୍ବାଇ ପଞ୍ଚାୟତ ସୁନାବେଡା ନିକଟରେ ୩୦୦ ମିଟର ପଶି ଆନ୍ଧ୍ର ପକ୍ଷରୁ ପିଚୁ କାମ କରାଯାଇଛି।

ସୁନାବେଡା ସୀମାନ୍ତରେ ଆରକୁ ଯିବା ରାସ୍ତାରେ ଆନ୍ଧ୍ର ୩୦୦ ମିଟର ପଶି ଆସି ପିଚୁ କାମ କରିଛି। ଆନ୍ଧ୍ରର ଏଭଳି ଅନୁପ୍ରବେଶ ପରେ ଖବର ପାଇ ପଟ୍ଟାଙ୍ଗି ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୁକାଲି ଆରଆଇ ସୋଭା ହରିଜନ ସୀମାନ୍ତ ସୁନାବେଡା ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ବିଶେଷ କରି ଗତକାଲି ଆନ୍ଧ୍ର ନିଜ ଅଞ୍ଚଳରେ ପିଚୁ କାମ କରିଥିଲା। କିନ୍ତୁ ଆଜି ସକାଳେ ଓଡିଶା ସେଟେଲମେଣ୍ଟ ସର୍ଭେ ସୀମା ଡେଇଁ ପିଚୁ କାମ କରିଛି। ଗତ ସେପ୍ଟେମ୍ବର ମାସରେ ଆନ୍ଧ୍ର ଗ୍ରାମବାସୀ ଯେଉଁ ସ୍ଥାନରେ ଫଳକ ପୋତି ଚିହ୍ନ ଦେଇଥିଲା ସେହି ପର୍ଯ୍ୟନ୍ତ ଆନ୍ଧ୍ର ଠିକାଦାର ପଶି ଆସି ପିଚୁ କାମ କରିଛନ୍ତି।

{"id":379302,"sizeSlug":"large","linkDestination":"none"}

ତହସିଲ ଅଧିକାରୀ ସୁନାବେଡା ସୀମାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି। ଏ ସମ୍ପର୍କରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରାଜସ୍ଵ ଅଧିକାରୀ ଅର୍ଚ୍ଚନା ଦାସ କହିଛନ୍ତି ସମ୍ବାଇ ସୀମାରେ ଉପୁଜିଥିବା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି। ଆନ୍ଧ୍ର ପ୍ରଦେଶ ପକ୍ଷରୁ ଏମିତି ଏକ ପାଖିଆ ରାସ୍ତା ନିର୍ମାଣ କାର୍ଯ୍ୟ କରିବ ଠିକ୍ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.