କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ କରୁଛି ବିରୋଧ

Published By : Prameya-News7 Bureau | November 05, 2021 IST

କୋରାପୁଟ ୫।୧୧: କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ । କୋରାପୁଟ ଜିଲ୍ଲା ପଟାଙ୍ଗୀ ସ୍ବାସ୍ଥ୍ୟ ଭିଭାଗ ଦ୍ବାରା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ହେଲେ ଆନ୍ଧ୍ର ସମର୍ଥିତ ତେଲୁଗୁ ଭାଷା ଭାଷୀ ଲୋକେ ବିରୋଧ କରିଥିଲେ । ସ୍ବାସ୍ଥ୍ୟ ଶିବିରକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଗଞ୍ଜେଇ ପଦର ଗ୍ରାମରେ ଆନ୍ଧ୍ର ଦ୍ବାରା ନିଯୁକ୍ତ ଅଙ୍ଗନୱ୍ବାଡି କର୍ମୀ ଓ କିଛି ଆନ୍ଧ୍ର ସମର୍ଥକ ବିରୋଧ କରିଥିଲେ। ହେଲେ ଓଡ଼ିଶା ଲୋକଙ୍କ ସମର୍ଥନ ଓ ସହଯୋଗରେ ସ୍ବାସ୍ଥ୍ୟ ଟିମ୍ ସ୍ବାସ୍ଥ୍ୟ ଶିବିର କରି ଲୋକଙ୍କୁ ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ । ତେବେ ଆନ୍ଧ୍ର ଯେଉଁଭଳି ଭାବରେ କୋଟିଆ ଦଖଲ ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରୁଛି ।

ଭବିଷ୍ୟତରେ ଓଡିଶା ଓ କୋରାପୁଟ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିବା  ଆଶଙ୍କା ସୃଷ୍ଟି ହୋଇଛି। କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ରାଜନ୍ ଦୋରା ଉକ୍ତ ଗ୍ରାମଗୁଡିକ ବୁଲି ଲୋକଙ୍କୁ ପ୍ରଲୋଭନ ଆଶା ଦେଖାଇଥିବା ଓ ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଉସକାଇଥିଲେ ।  ଯାହର ପ୍ରତିଫଳନ ଏବେ ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।  ସୀମାନ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପୂର୍ବତନ ଜିଲ୍ଲାପାଳ ଓ ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡା ଏଭଳି ଘଟଣାକୁ ତୀବ୍ର ବିରୋଧ କରିବା ସହ ଆଗାମୀ ଦିନରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କୋଟିଆ ପ୍ରସଙ୍ଗରେ ଆଲୋଚନା ଥିବା ବେଳେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.