Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆନ୍ଧ୍ରର ପୁଣି ଦାଦାଗିରି : ନାଗାବଳୀ ନଦୀରେ ନିର୍ମାଣ କରୁଛି ଡ୍ୟାମ୍‌, ବୁଡିଯିବ ରାୟଗଡ଼ା ଶତାଧିକ ଗାଁ

11/11/2021 at 1:25 PM

ରାୟଗଡ଼ା ୧୧।୧୧: ପୁଣି ଆନ୍ଧ୍ରର ଦାଦାଗିରି । ରାୟଗଡ଼ାର ଜୀବନରେଖା କୁହାଯାଉଥିବା ନାଗାବଳୀ ନଦୀରେ ଆନ୍ଧ୍ର ପକାଇଛି ନିଜର ଲୋଲୁପ ଦୃଷ୍ଟି । ଓଡିଶା ସୀମାରୁ ୮ କିମି ଦୂରରେ ଥିବା ବିଜୟନଗରମ ଜିଲ୍ଲା କୋଟୁଠାରେ ନିର୍ମାଣ କରିବ ଡ୍ୟାମ୍‌ । ଏହି ଡ୍ୟାମ୍‌ ପାଇଁ ପ୍ରାୟ ୩୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଥମ ସର୍ଭେ କାମ ସରିଛି । ଆଉ ୩ଟି ପର୍ଯ୍ୟାୟରେ ସର୍ଭେ କରାଯିବ ।  ଏହାପରେ ଟେଣ୍ଡର ଆହ୍ୱାନ କରାଯିବ ।  କୋଟୁ ଠାରେ ନଦୀ ଜଳକୁ ସଂରକ୍ଷଣ କରାଯାଇ ଏହି ଡ୍ୟାମ ନିର୍ମାଣ ହେବ । ଯାହାଫଳରେ ନଦୀଗର୍ଭରେ ଲୀନ ହୋଇଯିବ ରାୟଗଡ଼ା ଜିଲ୍ଲାର ଶତାଧିକ ଗାଁ ।

ଖବର ଅନୁଯାୟୀ, ନାଗାବଳୀ ନଦୀରେ ହେଉଥିବା ଏହି ବୃହତ ପ୍ରକଳ୍ପ ଦ୍ୱାରା ଆନ୍ଧ୍ରର ୫ରୁ ୭ ହଜାର ହେକ୍ଟର ଜମି ଜଳସେଚିତ ହେବ ।  ନିକଟରେ ଆନ୍ଧ୍ରରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ସେଠାକାର ସରକାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିକ୍ରମରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି । ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନେକ କ୍ଷତି ଘଟିବ ବୋଲି ଆକଳନ କରାଯାଉଛି । ଖାସ୍‌ କରି ଜିଲ୍ଲାର ମାନଚିତ୍ରରେ ପରିବର୍ତ୍ତନ ଘଟିବ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲାର ତିନୋଟି ବ୍ଲକର ପ୍ରାୟ ୫୦ ପ୍ରତିଶତ ଲୋକେ ଏହାଦ୍ୱାରା ପ୍ରଭାବିତ ହେବେ ।  ଓଡ଼ିଶା ସରକାର ନାଗାବଳୀ ଅବବାହିକା ପରିଚାଳନା ଠିକ ଭାବରେ କରୁ ନଥିବାରୁ ପଡ଼ୋଶୀ ଆନ୍ଧ୍ର ସରକାର ଏଥିପାଇଁ ସାହସ ଜୁଟାଇଥିବା ଅଭିଯୋଗ ହୋଇଛି ।

କଲ୍ୟାଣସିଂହପୁର ବ୍ଲକ ଉପରମୁଣ୍ଡଠାରୁ ଆରମ୍ଭକରି ରାୟଗଡ଼ା ବ୍ଲକର ତଳମୁଣ୍ଡ ପର୍ଯ୍ୟନ୍ତ ଏହାର ସିଧା ପ୍ରଭାବ ପଡିବ । ଜିଲ୍ଲାର ଅନେକ ଗାଁ ନଦୀଗର୍ଭରେ ଲୀନ ହେବାର ଆଶଙ୍କା ମଧ୍ୟ ରହିଛି । ଯଦି ତଳମୁଣ୍ଡରେ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ କରନ୍ତି ତେବେ ନଦୀର ଓସାର ବଢ଼ିବା ସହ ଗତିପଥରେ ପରିବର୍ତ୍ତନ ଘଟି ଜନବସତି ଧ୍ୱଂସ ହୋଇଯିବ । ନଦୀ ଭିତରେ ଗାଁଗୁଡ଼ିକ ପାଣିରେ ବୁଡ଼ିଯିବ । ଆନ୍ଧ୍ର ସରକାର ଦ୍ୱାରା ଚିହ୍ନଟ କୋଟୁ ଗାଁ ରାୟଗଡ଼ା ସୀମାରୁ ମାତ୍ର ୮ କିମି ଦୂରରେ ରହିଛି । ଏଠାରେ ଡ୍ୟାମ୍‌ ନିର୍ମାଣ କରାଗଲେ ନଦୀର ଜଳଧାରଣ କ୍ଷମତା ମଧ୍ୟ ଓଡ଼ିଶାରେ କମିଯିବ । ଜଳଧାରଣ କ୍ଷମତା କମିଲେ ବର୍ଷାଋତୁରେ ବନ୍ୟା ଓ ଗ୍ରୀଷ୍ମରେ ଉତ୍କଟ ଜଳାଭାବ ଦେଖାଦେବାର ସମ୍ଭାବନା ରହିଛି ।

   Related Posts