Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇପାରେ ଆନ୍ଧ୍ର, ୨୨ ଗାଁରେ ୧୪୪ ଧାରା ଲାଗୁ କଲା କୋରାପୁଟ ଜିଲ୍ଲା ପ୍ରଶାସନ

7/04/2021 at 8:28 PM

ଭୁବନେଶ୍ଵର/ କୋରାପୁଟ ୦୭।୦୪: କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଆନ୍ଧ୍ର ନିଜର ବିସ୍ତାରବାଦୀ ନୀତି ଛାଡିବାକୁ ପ୍ରସ୍ତୁତ ନୁହେଁ। ବହୁ ବାଦ ବିବାଦ ଏବଂ ନ୍ୟାୟାଳୟର ହସ୍ତକ୍ଷେପ ମଧ୍ୟରେ ଆସନ୍ତାକାଲି କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇପାରେ। ନିର୍ବାଚନ ନେଇ ଆନ୍ଧ୍ର ହାଇକୋର୍ଟ ରାୟ ବୁଧବାର ରାୟ ଦେଇଛନ୍ତି। ଗତକାଲି ସ୍ଥଗିତାଦେଶ ଦେଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ରଦ୍ଦ କରିଛନ୍ତି ତିନିଜଣିଆ ଖଣ୍ଡପୀଠ। କୋର୍ଟଙ୍କ ନିର୍ଦ୍ଦେଶକ୍ରମରେ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ହେଲେ ଏପ୍ରିଲ ୧୦ରେ ହେବାକୁ ଥିବା ଗଣତିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି।

ଅନ୍ୟପଟେ କୋଟିଆର ୨୨ଟି ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି। ଆଜି ସନ୍ଧ୍ୟା ୫ଟାରୁ ଗୁରୁବାର ସନ୍ଧ୍ୟା ୬ଟା ଯାଏଁ ଏହି ଧାରା  ବଳବତ୍ତର ରହିବ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୨ ଗାଁରେ ୨୨ ଜଣ ଅଫିସରଙ୍କୁ ମାଜିଷ୍ଟ୍ରେଟ୍ ଦାୟିତ୍ଵ ଦିଆଯାଇଛି। ଅଫିସରଙ୍କ ସହ ୨୨ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଡାକବାଜି ଯନ୍ତ୍ର ଜରିଆରେ ୧୪୪ ଧାରା ସହ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ ପ୍ରଚାର କରାଯିବ।

ସୂଚନାଯୋଗ୍ୟ, ପୂର୍ବରୁ କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ଜାରି କରିଥିଲା । ପଞ୍ଚାୟତ ନିର୍ବାଚନ ପରେ ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଅପ୍ରେଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ହେବା ନେଇ ସ୍ଥିରିକୃତ ହୋଇଥିଲା । ୧୦ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି କମିଶନ କହିଥିଲେ । କୋଟିଆର ତଳ ଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଗତକାଲି ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ଉପରେ ରହିତାଦେଶ ଜାରି କରିଥିଲେ।

   Related Posts