୬୬ % ସହ ଆନ୍ଧ୍ର ପ୍ରଦେଶର ସାକ୍ଷରତା ହାର ସବୁଠୁ କମ୍, କେରଳ ପରେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯: କେଉଁ ରାଜ୍ୟର ସାକ୍ଷରତା ହାର ଅଧିକ ? ଆନ୍ଧ୍ର ପ୍ରଦେଶ, ବିହାର, ତେଲେଙ୍ଗାନା, ଆସାମା, କର୍ଣ୍ଣାଟକ ନା ଉତ୍ତରାଖଣ୍ଡ? ଯଦି ଭାବୁଛନ୍ତି ଦକ୍ଷିଣ ଭାରତ ରାଜ୍ୟରେ ସାକ୍ଷରତା ହାର ଅଧିକ ଥିବ ତେବେ ଭୁଲ୍। ଆନ୍ଧ୍ର ପ୍ରଦେଶରେ ସାକ୍ଷରତା ହାର ଭାରତର ବାକି ରାଜ୍ୟ ସାକ୍ଷରତା ହାର ତୁଳନାରେ ଖୁବ୍ କମ୍। ବର୍ତମାନ ସମୟରେ ଆନ୍ଧ୍ର ପ୍ରଦେଶରେ ସାକ୍ଷରତା ଦର ୬୬.୪ ପ୍ରତିଶତ ଯାହା ବିହାର ଠାରୁ ମଧ୍ୟ ଅତ୍ୟନ୍ତ ଖରାପ।

ବିହାରର ସାକ୍ଷରତା ହାର ୭୦.୯ ପ୍ରତିଶତ, ତେଲେଙ୍ଗାନାରେ ୭୨.୮ ପ୍ରତିଶତ, କର୍ଣ୍ଣାଟକରେ ୭୭.୨ ପ୍ରତିଶତ, ଆସାମର ୮୫.୯ ପ୍ରତିଶତ ଏବଂ ଉତ୍ତରାଖଣ୍ଡରେ ୮୭.୬ ପ୍ରତିଶତ ଅଛି। ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ଶିକ୍ଷା ସମ୍ବନ୍ଧୀୟ ଏକ ରିପୋର୍ଟରେ ଦର୍ଶଯାଇଛି ଯେ ସାକ୍ଷରତା ବିଷୟରେ ଏକ ବିକଶିତ ରାଜ୍ୟର ଧାରଣା ବିଭ୍ରାନ୍ତିକର।

ସବୁଥର ଭଳି ଏଥର ମଧ୍ୟ ସାକ୍ଷରତା ହାରରେ କେରଳ ଅନ୍ୟ ସବୁ ରାଜ୍ୟଙ୍କଠାରୁ ଆଗରେ ରହିଛି। କେରଳ ସାକ୍ଷରତା ହାର ୯୬.୨%। ଏହା ବାଦ୍ ରାଜ୍ୟରେ ମହିଳା ଓ ପୁରୁଷ ମଧ୍ୟରେ ସାକ୍ଷରତା ଅନ୍ତର ସବୁଠୁ କମ୍ ଅର୍ଥାତ ୨.୨ %। ପୂରା ଦେଶର କଥା ଉଠାଇଲେ ଏହି ଫରକ ୧୪.୪ ପ୍ରତିଶତ ରହିଛି। ଯେଉଁଥିରେ ପୁରୁଷ ସାକ୍ଷରତା ହାର ୮୪.୭ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୭୦.୩ ପ୍ରତିଶତ।

ସେହିପରି ଆନ୍ଧ୍ର ପ୍ରଦେଶରେ ମହିଳା ଓ ପୁରୁଷ ମଧ୍ୟରେ ସାକ୍ଷରତା ଅନ୍ତର ୧୩.୯ ପ୍ରତିଶତ। ରାଜସ୍ଥାନରେ ୨୩.୨ ପ୍ରତିଶତ। ବିହାରରେ ୧୯.୨ ପ୍ରତିଶତ ଓ ଉତ୍ତର ପ୍ରଦେଶରେ ୧୮.୪ ପ୍ରତିଶତ। ଆନ୍ଧ୍ର ପ୍ରଦେଶକୁ ଛାଡ଼ି ଦେଲେ ବାକି ସବୁ ରାଜ୍ୟ ସାକ୍ଷତା ହାର ଅତ୍ୟନ୍ତ ଉପର ସ୍ତରରେ ରହିଛି।

ଅନ୍ୟପଟେସହର ଓ ଗ୍ରାମୀଣ ସାକ୍ଷରତାରେ ମଧ୍ୟ ଅନ୍ତର ରହିଛି। ମାତ୍ର ଏହି ଅନ୍ତରକୁ ମାତ୍ ଦେଇ କେରଳ ଏକ ନମ୍ବରରେ ରହିଛି। କେରଳରେ ଏହି ଅନ୍ତର ୧.୯ %। ସେହିପରି ତେଲେଙ୍ଗାନାରେ ସହରୀ ସାକ୍ଷରତା ଗ୍ରାମୀଣ ସାକ୍ଷରତାଠାରୁ ବହୁ ଉପରେ ରହିଛି।

ସହରୀ ପୁରୁଷ ସାକ୍ଷରତା ଓ ମହିଳା ସାକ୍ଷରତା ମଧ୍ୟରେ ଅନ୍ତର ରହିଛି ୨୭.୨ ପ୍ରତିଶତ। ଏହି ଅନ୍ତର ଜାତୀୟ ସ୍ତରରେ ରହିଛି ଓ ଏହା ଚିନ୍ତାଜନକ। ଅଲଗା ଅଲଗା ରାଜ୍ୟ କଥା ଉଠାଇଲେ ଏହାର ସ୍ଥିତି ଖରାପ ହୋଇପାରେ।

ଚାରିଟି ବଡ଼ ସହରରେ ପୁରୁଷ ସାକ୍ଷରତା ହାର ୯୦ ପ୍ରତିଶତ ତଳରେ ଥିବା ବେଳେ କେରଳରେ ଗ୍ରାମୀଣ ମହିଳା ସାକ୍ଷରତା ହାର ୮୦ %। ୨୨ରୁ ୧୩ଟି ରାଜ୍ୟରେ ୭୦ ପ୍ରତିଶତୁ ଏହା କମ୍ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.