Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆନ୍ଧ୍ରପ୍ରଦେଶ କୁରନୁଲରେ ବିସ୍ଫୋରଣ ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ, ୩ ଆହତ

5/08/2018 at 6:34 AM

ଆନ୍ଧ୍ରପ୍ରଦେଶ କୁରନୁଲରେ ପଥର ଖାଦାନ ବିସ୍ଫୋରଣ ଘଟଣା । ଏଥିରେ ଆଜି ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ଏଯାଏ ଗଂଜାମ ଜିଲ୍ଲାର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ମୃତକ ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ, ମନୋରଂଜନ ନାହାକ ଓ ରାଧାଗୋବିନ୍ଦପୁର ଗାଁର ଭୀମ ନାହାକ । ପ୍ରଶାସନ କିନ୍ତୁ ଏଯାଏ କିଛି ସ୍ପଷ୍ଟ କରିନି ।ଆହତ ତିନି ଜଣ ହେଲେ ଡିଆଁଡେଇଁ ଗାଁର ରାଜେନ୍ଦ୍ର ନାହାକ, ବନ୍ଧତଳ ନୂଆଗାଁର ରାମଚନ୍ଦ୍ର ନାହାକ ଓ ପାଣ୍ଡବ ଲେଙ୍କା । ୮ରୁ ୧୦ ମାସ ହେଲା ଏମାନେ ସେଠାରେ କାମ କରୁଥିଲେ । ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ୨ ଜଣିଆ ଟିମ୍ । ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀ ବାବୁଲାଲ ପାତ୍ରଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ କୁରନୁଲ ଗସ୍ତ କରିଛନ୍ତି । ଟିମରେ ଅଛନ୍ତି ଛତ୍ରପୁର ଲେବର ଇନ୍ସପେକ୍ଟର ହୃଷିକେଶ ରାଓ । ବିସ୍ଫୋରଣରେ ଏବେ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଖଣିରେ ପାଖାପାଖି ୨୦ ଜଣ ଶ୍ରମିକ କାମ କରୁଥିଲେ । ଘଟଣାକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଘଟଣା ଉପରେ ଓଡ଼ିଶା ସରକାର ସଂପୃର୍ଣ୍ଣ ନଜର ରଖିଥିବା ଶ୍ରମ ମନ୍ତ୍ରୀ କହିଛନ୍ତି ।

   Related Posts