Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଓଡିଶାର ନରମ ଦେଖି ଗରମ ଖାଉଛି ଆନ୍ଧ୍ର, କୋଟିଆ ପରେ ଏବେ ମାଣିକପାଟଣାରେ ସ୍ଥିତି ଜାହିର କରିବାକୁ ଉଦ୍ୟମ, ପ୍ରଶାସନ ନିଦା ବିଷ୍ଣୁ

13/09/2021 at 11:21 PM

ଭୁବନେଶ୍ଵର ୧୩।୦୯: ଗଜପତିର ସୀମାନ୍ତ ଗାଁ ମାଣିକପାଟଣାରେ ନିଜ ସ୍ଥିତି ଜାହିର କରିବା ଉଦ୍ୟମ ଚଳାଇଛି ଆନ୍ଧ୍ର । ସୀମା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେବାର ଫାଇଦା ଉଠାଇବାକୁ  ଆନ୍ଧ୍ର ଚାହିଁ ବସିଛି । ପୋଲିସ ଲଗାଇ ଧମକ ଚମକ ଦେବା ପରେ ଏବେ ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ନାଁରେ ମିଛ କେସ୍ ଲଗାଇଲାଣି ।  ସେପଟେ ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଲୋକଙ୍କୁ ବୁଝାଇବାକୁ ଯିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

ଓଡିଶାର ନରମ ଦେଖି ଗରମ ଖାଉଛି ଆନ୍ଧ୍ର । ପଡୋଶୀ ରାଜ୍ୟ ନୁହେଁ ପଡୋଶୀ ଦେଶ ଭଳି ଆଚରଣ ଦେଖାଇଲାଣି।  ଡରାଇ ଧମକାଇ ଓଡିଶା ସୀମାନ୍ତ ଗାଁକୁ ନିଜର କହି ମାଡିବସିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ର ମନ୍ତ୍ରୀ ନିଜେ ବିସ୍ତାରବାଦର ନେତୃତ୍ଵ ନେଉଛନ୍ତି ।  ପୋଲିସ ଲଗାଇ ଲୋକଙ୍କୁ ଡରାଇବା ପରେ ଏବେ ମିଛ କେସରେ ଆଦିବାସୀ ଓ ସ୍ଥାନୀୟ ନେତାଙ୍କୁ ଛନ୍ଦିବାକୁ ଚେଷ୍ଟା କରୁଛି ଆନ୍ଧ୍ର ପ୍ରଶାସନ । ସବୁଠୁ ବିରୋଧ ପରେ ଆନ୍ଧ୍ର କିଛିଟା ନରମିଛି ସତ ହେଲେ ମୁହଁ ଟାଣ ଛାଡୁନି । ଏବେ ବି କିଛି ଅଧିକାରୀ ଓ ସାଦା ପୋଷାକଧାରୀ  ମଝିରେ ମଝିରେ ପଇଁତରା ମାରୁଛନ୍ତି  ।

ଓଡିଶା ଲୋକଙ୍କ ପ୍ରତିବାଦକୁ ଚାପି ବାକୁ  ଏବେ ମିଛ କେସର ସାହାରା ନେଇଛି ଆନ୍ଧ୍ର ପ୍ରଶାସନ । ମାଣିକପଟଣାରେ ଆନ୍ଧ୍ର ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ବିରୋଧ କରୁଥିବା ସ୍ଥାନୀୟ ଗଙ୍ଗାବାଡର ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ମିଥ୍ୟା ମାମଲାରେ ଛନ୍ଦିଛି ଆନ୍ଧ୍ର ପ୍ରଶାସନ। ଏନେଇ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି ହରିବନ୍ଧୁ ଏବଂ ଗାଁ ଲୋକେ।  ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ମାଣିକପାଟଣାରେ ୯ ତାରିଖରେ ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ କରିବାକୁ ଆସିବା ବେଳେ ବିରୋଧ କରିବାରୁ ଗଜପତି ଏଡିଏମକୁ ଆନ୍ଧ୍ର ପଶୁସମ୍ପଦ ମନ୍ତ୍ରୀ ଏସ.ଆପଲା ରାଜୁ ଗାଳିଦେବା ସହ  ଓଡିଶାର ଅଙ୍ଗନୱାଡି କେନ୍ଦ୍ର ଉଡାଇଦେବାକୁ  ଧମକ ଦେଇଥିଲେ । ହେଲେ ଗଜପତି ଜିଲ୍ଲା ପ୍ରଶାସନ ଏଯାଏଁ କିଛି ବି ପଦକ୍ଷେପ ନେଇନି । ଏହାର ସୁଯୋଗ ନେଇ  ସେହି ଅଞ୍ଚଳର ଅନ୍ୟ ସାତଟି ଗ୍ରାମ ଚମ୍ପାପୁର , ବୁରୁସିଂ , ଅମାରିଂ , ମାଧିଆଖୋଲ , ଆଖଡା , ଗୁଡୁଖୁଡିରେ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଆନ୍ଧ୍ର ଯୋଜନା ଚଳାଉଛି। ହେଲେ ଗଜପତି ଜିଲ୍ଲା ପ୍ରଶାସନର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ ।  ଲୋକଙ୍କ ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଉନୟନ ମୁଳକ କାର୍ଯ୍ୟ ହାତକୁ ନିଆଯାଇଛିବୋଲି କହିଛନ୍ତି। କିନ୍ତୁ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ବିରୋଧରେ କାର୍ଯ୍ୟାନୁଷ୍ଠାନ  ପ୍ରସଙ୍ଗକୁ ଏଡାଇ  ଯାଇଛନ୍ତି । ସେପଟେ ସ୍ଥାନୀୟ ମୋହନା ବିଧାୟକ କହିଛନ୍ତି ନିଜ ସମର୍ଥକ ଓ ସ୍ଥାନୀୟ ନେତାଙ୍କୁ ନେଇ ସୀମାନ୍ତ ଗାଁକୁ ଯାଇ ସେ ଲୋକଙ୍କୁ ବୁଝାଇବେ।

   Related Posts