Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣିଥରେ ଆନ୍ଧ୍ରର ଅନୁପ୍ରବେଶ, ନେରଡିବାଲସାରେ ଜମି ପଟ୍ଟା ବାଣ୍ଟିଲେ ସାଲୁର ବିଧାୟକ

21/07/2021 at 8:04 AM

କୋରାପୁଟ ୨୧/୭: ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣିଥରେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶ । ପଞ୍ଚାୟତର ନେରେଡିବାଲସା ଠାରେ ଆନ୍ଧ୍ର ବିଧାୟକ ପକ୍ଷରୁ ଜମି ପଟ୍ଟା ବଣ୍ଟନ କରାଯାଇଛି । କୋଟିଆ ପଞ୍ଚାୟତର ନେରଡିବାଲସା ଠାରେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ ଆଇଟିଡିଏ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ ।

ଏହାପରେ ଆଇଟିଡିଏ ଅଧିକାରୀ ଆର କୁମାର ନାଥଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଲୁର ବିଧାୟକ ପି ରାଜନ୍ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜମି ପଟ୍ଟା ପ୍ରଦାନ କରିଛନ୍ତି । କୋଟିଆ ପଞ୍ଚାୟତର ନେରଡିବାଲସାର ୩୭ ଜଣ ବ୍ୟକ୍ତିଙ୍କ ସହ ଆନ୍ଧ୍ର ପ୍ରଦେଶର ଅନ୍ୟ ଗ୍ରାମର ମୋଟ୍ ୨୫୬ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସହ କୃଷି ସମ୍ବନ୍ଧୀୟ ସାମଗ୍ରୀ ବଣ୍ଟନ କରିଛନ୍ତି ।

କିଛି ଦିନ ହେବ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରଡିବାଲସା ଠାରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଆସି ଲୋକମାନଙ୍କୁ ପ୍ରଲୋଭିତ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଜିଲ୍ଲା ପ୍ରଶାସନ ଏହାର ଟେର ପାଉନି । ଅନ୍ୟପଟେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଆସି କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଲୋଭିତ ଯୋଜନା ଘୋଷଣା କରିବା ସହ ପଞ୍ଚାୟତ ବାସୀଙ୍କୁ ଆନ୍ଧ୍ର ମୁହାଁ କରିବାରେ ଲାଗିପଡିଛି ।

   Related Posts