Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ମାନ ପ୍ରଦାନ

22/09/2019 at 4:55 PM

ଭୁବନେଶ୍ୱର ୨୨।୦୯-  ବରିଷ୍ଠ ରାଜନେତା । ଏକାଧାରାରେ ଜଣେ ସାହିତ୍ୟକ ତଥା ନାଟ୍ୟକାର । ରାଜନୈତିକ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ସମୟ ଅନୁସାରେ ବଦଳୁ ନ ଥିବା ବ୍ୟକ୍ତିତ୍ବ । ସେ ଆଉ କେହି ନୁହନ୍ତି ଓଡିଶାର ବରପୁତ୍ର ତଥା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ସମ୍ମାନନୀୟ ବିଶ୍ବଭୂଷଣ ହରିଚନ୍ଦନ ।

ଆଜି ରବୀନ୍ଦ୍ର ମଣ୍ଡପରେ ଓଡିଶା ନାଗରିକ ମଞ୍ଚ ପକ୍ଷରୁ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳଙ୍କୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଏହାକୁ ନେଇ ଏକ ସ୍ବତନ୍ତ୍ର ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମନ୍ତ୍ରୀ ଅଶୋଚନ୍ଦ୍ର ପଣ୍ଡା, ସାଂସଦ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜେଡି ସାଂସଦ ଭତୃହରି ମହାତାବ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ସାଧାରଣ ଲୋକଙ୍କ ପାଇଁ ସବୁ ସମୟରେ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ।

 ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପ୍ରାଥମିକ ଦେବା ଦରକାର ବୋଲି ସେ କହିଛନ୍ତି । ଓଡିଶା ମାଟିର ମହାନଗାଥାକୁ ସେ ମନେ ପକାଇଛନ୍ତି । ସେହିପରି ପାଇକ ବିଦ୍ରୋହ ମଧ୍ୟ ସ୍ମୃତିଚାରଣ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଦୁଇ ଶହରୁ ଊର୍ଦ୍ଧ୍ୱ ସାମାଜିକ ସଙ୍ଗଠନ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ସମ୍ବର୍ଧିତ କରିଥିଲେ ।

   Related Posts