Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୋଟିଆ ପରେ ଏବେ ନନ୍ଦପୁର ଉପରେ ଆନ୍ଧ୍ରର ଲୋଲୁପ ନଜର

6/08/2018 at 7:06 AM

କୋରାପୁଟ ଜିଲ୍ଲା ର କୋଟିଆ ପଂଚାୟତ ପରେ ବର୍ତମାନ ନନ୍ଦପୁର ଉପରେ ଆନ୍ଧ୍ରପ୍ରଦେଶର ଆଖି ପଡିଥିବା ଅଭିଯୋଗ ହେଇଛି । ନନ୍ଦପୁର ବ୍ଲକ ର ପାନ୍ତଲୁଙ୍ଗ ପଂଚାୟତ ର ଜୟନ୍ତଗିରି ଗ୍ରାମରେ ତେଲୁଗୁରେ ଲେଖା ଯାଇଥିବା ଏକ ସିମେଣ୍ଟ ଫଳକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି ।ଏହି ଫଳକରେ ନନ୍ଦପୁରକୁ ବିଶାଖାପାଟଣା ଜିଲ୍ଲାର ବୋଲି ଲେଖାଯାଇଛି ଯାହା ଠିକ ନୁହଁ ବୋଲି ସେହି ଅଂଚଳ ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପାଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ଜୟନ୍ତଗିରି ଗ୍ରାମ ଯାହାକି ଆନ୍ଧ୍ର ସୀମା ଠାରୁ ଓଡିଶା ମାଟିରେ ତିନି କିଲୋମିଟର ଭିତରକୁ ଥିଲାବେଳେ ପ୍ରକଳ୍ପରେ ତେଲୁଗୁରେ ଲେଖାଯିବା ଓ ନନ୍ଦପୁରକୁ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଜିଲ୍ଲାର ବୋଲି ଯଦି ଆନ୍ଧ୍ର ପ୍ରଶାସନର ଜାଣତରେ ଲେଖାଯାଇଥାଏ ତେବେ ତାକୁ ତୁରନ୍ତ ହଟାଯାଉ ଏଵଂ ଓଡିଶା ସରକାରଙ୍କ ଅଗୋଚରରେ ଏପରି କାମ ଓଡ଼ିଶାର ସୀମା ମଧ୍ୟରେ କରା ନଯାଉ ବୋଲି କୋରାପୁଟ ଆଦିବାସୀ ସଂଗ୍ରହାଳୟ ର ନିର୍ଦେଶକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଦାବି କରିଛନ୍ତି ।

   Related Posts