ମୁଖ୍ୟମନ୍ତ୍ରୀ ହେବ ତ ଏମିତି, ଜଗନ ମୋହନଙ୍କ ଜୀବନର କିଛି କଥା ଓ ଛବି, ନିଶ୍ଚିତ ପଢ଼ନ୍ତୁ ଓ ଦେଖନ୍ତୁ
4/10/2019 at 1:14 PM

ଆନ୍ଦ୍ରପ୍ରଦେଶ୪|୧୦: ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ.ଜଗନ ମୋହନ ରେଡ୍ଡୀ ଜାତୀୟ ରାଜନୀତିରେ ଏକ ଉଦାହରଣ ପାଲିଟିଛନ୍ତି। ତାଙ୍କର କାର୍ଯ୍ୟଧାରା ଓ ଲୋକାଭିମୁଖୀ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜ ନେତାମାନେ ତାଙ୍କୁ ଭୁରିଭୁରି ପ୍ରଶଂସା କରନ୍ତି। ୧୯୭୨ ମସିହା ଡିସେମ୍ବର ୨୧ ତାରିଖରେ କଡ଼ପ୍ପା ଜିଲ୍ଲାର ପୁଲିଭେନ୍ଦୁଲା ଅଞ୍ଚଳରେ ଜଗନମୋହନ ରେଡ୍ଡୀ ଜନ୍ମ ଗ୍ରହଣ କରିଥିଲେ।

ଆନ୍ଦ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ. ରାଜଶେଖର ରେଡ୍ଡୀଙ୍କ ପୁଅ ହେଉଛନ୍ତି ଜଗନମୋହନ ରେଡ୍ଡୀ। ଜଗନ ମୋହନଙ୍କ ସାନ ଭଉଣୀ ଓ୍ବାଇ.ଏସ ଶର୍ମିଳା ମଧ୍ୟ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିଛନ୍ତି।

ଜଗନ ମୋହନଙ୍କ ସ୍କୁଲ ଓ କଲେଜ ହାଇଦ୍ରାବାଦ ଏବଂ କଡ଼ପ୍ପାରେ କଟିଥିଲା।

ଜଗନ ମୋହନ ରେଡ୍ଡୀଙ୍କ ପାଠ ପଢ଼ା ଶେଷ ହେବା ପରେ ୨୦୦୪ ମସିହାରେ ରାଜନୀତିରେ ପାଦ ଥାପିଥିଲେ।

୨୦୦୯ ମସିହାରେ ଓ୍ବାଇଏସଆର କଂଗ୍ରେସ ଦଳରୁ କଡପ୍ପା ଲୋକସଭା ଆସନରେ ନିର୍ବାଚନ ଲଢ଼ି ଜଗନ ମୋହନ ରେଡ୍ଡୀ ବିଜୟ ହାସଲ କରିଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ୧୭୫ରୁ ୧୫୧ ଆସନ ଅକ୍ତିଆର କରି ଜଗନ ମୋହନ ରେଡ୍ଡୀ ଆନ୍ଦ୍ର ପ୍ରଦେଶରେ ସରକାର ଗଠନ କରିଥିଲେ।

ଏନ.ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର ପତନ ପରେ ଆନ୍ଦ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଉଦାହରଣ ପାଲିଟିଛନ୍ତି।

ଆନ୍ଦ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ କାର୍ଯ୍ୟଧାରା ଦେଖି ଲୋକମାନେ ତାଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ଦଳିତ ଓ ଆଦିବାସୀ ଲୋକମାନଙ୍କ ପାଇଁ ଜଗନମୋହନ ଯୋଜନା କରିବା ସହ ସେମାନଙ୍କ ପାଇଁ ରୋଜଗାରର ପନ୍ଥା ତିଆରି କରିଛନ୍ତି।

ଏପରିକି ଜଗନ ମୋହନ ନିଜ ସରକାରରେ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି କରି ସେ ଜାତୀୟ ରାଜନୀତିରେ ଉଦାହରଣ ପାଲିଟିଛନ୍ତି। ସେହିପରି ରାସ୍ତାରେ ଜଗନମୋହନ ଯିବା ସମୟରେ ଜଣେ କ୍ୟାନସର ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ।

ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଥିଲେ। ଏପରିକି ବିନା ଭୟରେ ଆନ୍ଦୋଳକାରୀଙ୍କୁ ପାଖରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପହଞ୍ଚିଥାନ୍ତି। ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକ ପାଇଁ ମିଲିଥିଲା।

କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିବା ସ୍ଥାନରେ ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ ଜଗନମୋହନ ରେଡ୍ଡୀ ତଳେ ବସି ପିଲାଙ୍କ କଥା ବୁଝିଥିଲେ।

ଧାରଣସ୍ଥଳରେ ଜଗନମୋହନ ତଳେ ବସିବା ଘଟଣା ପୂରା ଦେଶରେ ଚର୍ଚ୍ଚା ହୋଇଥିଲା।

ଆନ୍ଦ୍ରପ୍ରଦେଶରେ ଥିବା ସବୁ ବର୍ଗର ଲୋକଙ୍କୁ ଜଗନ ମୋହନ ସମ୍ମାନ ଦେଇଥାନ୍ତି। ଜଗନମୋହନଙ୍କ କାର୍ଯ୍ୟଶୈଳୀ ପାଇଁ ଆନ୍ଦ୍ରପ୍ରଦେଶବାସୀ ତାଙ୍କୁ ବହୁତ ପ୍ରଶଂସା କରନ୍ତି।