ନଭେମ୍ବର ୨ରୁ ଖୋଲିବ ସ୍କୁଲ, ଦିନେ ଛାଡି ଦିନେ ପିଲା ପଢ଼ିବାକୁ ଆସିବେ, ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | October 21, 2020 IST

ହାଇଦ୍ରାବାଦ ୨୧/୧୦: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ମାର୍ଚ ମାସରୁ ଲାଗିଥିଲା। ସୋମବାରରୁ ପଞ୍ଜାବ, ୟୁପି ଓ ସିକ୍କିମରେ ସ୍କୁଲ ଖୋଲିଛି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର ୨ରେ ସ୍କୁଲ ଖୋଲିବାକୁ ଯାଉଛି। ତେବେ ଆନ୍ଧ୍ର ସରକାର ଏ ପାଇଁ କିଛି ଦିଶା-ନିର୍ଦେଶ ଜାରି କରିଛନ୍ତି।

ସ୍କୁଲ ଅଡ-ଇଭେନ୍ ନମ୍ବରରେ ଚାଲିବ। ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡି ମଙ୍ଗଳବାର ଭିଡ଼ିଓ କନଫରେନ୍ସି ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ସ୍କୁଲ ଯଦିଓ ନଭେମ୍ବର ୨ରୁ ଖୋଲିବ କିନ୍ତୁ ଅଧା ଦିନ ଚାଲିବ। ଅର୍ଥାତ ସକାଳ ଓଳି ସ୍କୁଲ ଖୋଲିବ ଓ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ମିଡ ଡେ ମିଲ ପରେ ସ୍କୁଲ ଛୁଟି ହୋଇଯିବ। ଦିନେ ଛାଡି ଦିନେ ବିଭିନ୍ନ ଶ୍ରେଣୀର ସ୍କୁଲ ଚାଲିବ। ପ୍ରଥମେ ପ୍ରଥମ, ତୃତୀୟ, ପଞ୍ଚମ, ସପ୍ତମ ଓ ନବମ ଶ୍ରେଣୀ ଗୋଟିଏ ଦିନ ଚାଲିବ ଓ ଦ୍ବିତୀୟ, ଚତୁର୍ଥ, ଷ​ଷ୍ଠ ଓ ଅଷ୍ଟମ ଶ୍ରେଣୀ ଆଉ ଏକ ଦିନ ଅର୍ଥାତ ଦ୍ବିତୀୟ ଦିନ ଚାଲିବ। ତେବେ ଯଦି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୫୦ରୁ ଅଧିକ ହୁଏ ତିନି ଦିନରେ ଥରେ ଚାଲିବ। ଏହା ସହ ନଭେମ୍ବର ୧୫ ସିୁଦ୍ଧା ସରକାରୀ ସ୍କୁଲର ଇନଫ୍ରାଷ୍ଟକଚରରେ ପରିବର୍ତଦ ଦିଗରେ ‘ନାଡୁ ନେଡୁ’ ନାଁ’ରେ ପ୍ରୋଜେକ୍ଟ ମାଧ୍ୟରେ ଯେଉଁ କାମ ଚାଲିଛି ତାହା ଶେଷ ହେବ କହିଛନ୍ତି  ରେଡ୍ଡି।

ଏହାରି ଭିତରେ ବିଦ୍ୟାଳୟରେ ସାନିଟାଇଜର, ହ୍ୟାଣ୍ଡଓ୍ବାଶ ଓ ଥର୍ମାଲ ସ୍କ୍ରିନିଂ ଓ ବିଦ୍ୟାଳୟରେ ପ୍ରାଥମିକ ଉପଚାର ବ୍ୟବସ୍ଥା କରାଯିବ। ବିଦ୍ୟାଳୟ ପରିସର ସଫା ସୁତୁରା ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ଉପଯୁକ୍ତ ବନ୍ଦୋବସ୍ତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.