Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସୀମା ବିବାଦ ପରେ ମ୍ୟାପ୍ ଦ୍ବନ୍ଦ୍ବ ! ମାନଚିତ୍ର ପରିବର୍ତ୍ତନ କରି ଓଡିଶାର ଅଞ୍ଚଳକୁ ନିଜର ଦର୍ଶାଉଛି ଆନ୍ଧ୍ର

20/11/2020 at 2:41 PM

ଜୟପୁର ୨୦।୧୧: ଗୁଗୁଲ ମ୍ୟାପରେ କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅନେକ ଅଞ୍ଚଳଆନ୍ଧ୍ର ର ବୋଲି ଦର୍ଶାଯାଇଛି । କୋଟିଆ, ନାରାୟଣପାଟଣା ପରେ ସମ୍ବାଇର ସୁନାବେଡା ନିକଟରେ ଓଡିଶା ସୀମାକୁ ଆନ୍ଧ୍ର ନିଜର ବୋଲି ଦାବି କରିବାରୁ ବିବାଦ ସୃଷ୍ଟି ହୋଇଥିବାବେଳେ ଏବେ ଗୁରୁତର ଷଡଯନ୍ତ୍ର ସାମ୍ନାକୁ ଆସିଛି । ମାନଚିତ୍ରକୁ ପରିବର୍ତ୍ତନ କରି ଓଡିଶାର ଅଂଚଳକୁ ନିଜର ବୋଲି ଦର୍ଶାଉଛି ଆନ୍ଧ୍ର ।

ଓଡିଶାର ପଟାଙ୍ଗି ବ୍ଲକର ଗାଲିଗବଦର ଜଳପ୍ରପାତ ଓ ଗାଲିଗବଦର ଗ୍ରାମ ଆନ୍ଧ୍ରର କି? ଏକଥା ଆମେ କହୁନୁ ଗୁଗୁଲ ମ୍ୟାପ୍ କହୁଛି। ଗୁଗୁଲ ମ୍ୟାପରେ ଗାଲିବଦର ଓ ଆଖପାଖର ଅନେକ ଗ୍ରାମ ଆନ୍ଧ୍ରର ବୋଲି ଦର୍ଶାଯାଇଛି । ଏଭଳି ଚକ୍ରାନ୍ତକୁ କୋରାପୁଟର ବୁଦ୍ଧିଜୀବୀ ଦୃଢ ବିରୋଧ କରିଛନ୍ତି । ଆନ୍ଧ୍ରର ବିସ୍ତାରବାଦୀ ଷଡଯନ୍ତ୍ରକୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

   Related Posts