ଜଗନମୋହନ ସରକାରଙ୍କ ଆନ୍ଧ୍ରପ୍ରଦେଶ ରାଜଧାନୀ ନିଷ୍ପତ୍ତି ଟଳିଲା

Published By : Prameya-News7 Bureau | December 27, 2019 IST

ହାଇଦ୍ରାବାଦ ୨୭।୧୨:  ଆନ୍ଧ୍ରପ୍ରଦେଶର ରାଜଧାନୀ ସମ୍ପର୍କିତ ନିଷ୍ପତ୍ତି ବର୍ତ୍ତମାନ ଲାଗି ଟଳିଛି। ଏ ନେଇ ଶୁକ୍ରବାର ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶେଷଜ୍ଞ କମିଟି ରିପୋର୍ଟ ସହ  ଅନ୍ତର୍ଜୀତାୟ କନସଲଟାନ୍ସୀ କମ୍ପାନୀର ରିପୋର୍ଟକୁ ତର୍ଜମା କରିବା ପରେ ମନ୍ତ୍ରୀମଣ୍ଡଳ ନୂଆ ରାଜାଧାନୀ ଲାଗି ନିଷ୍ପତ୍ତି କରିବେ ବୋଲି କହିଛନ୍ତି।

{"id":203576,"width":575,"height":386,"sizeSlug":"large"}

ତେବେ ଜଗନମୋହନ ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଜି.ଏନ.ରାଓଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଆଧାରରେ ରାଜଧାନୀ ଲାଗି ନିଷ୍ପତ୍ତି ନେବେ ବୋଲି କୁହାଯାଉଥିଲା। ତେବେ ଏଥିଲାଗି ସରକାର ନିଯୁକ୍ତ କରିଥିବା ଅନ୍ତର୍ଜାତୀୟ କନସଲଟାନ୍ସି କମ୍ପାନୀ ବୋଷ୍ଟନ କନସଲ୍ଟିଂ ଗ୍ରୁପ (ବିସିଜି)ଙ୍କ ରିପୋର୍ଟକୁ ଅପେକ୍ଷା କରିବାକୁ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି।

{"id":203577,"sizeSlug":"large"}

ବିସିଜି ୩ ଜାନୁୟାରୀ ୨୦୨୦ରେ ରାଜଧାନୀ ଲାଗି ସର୍ବୋତ୍ତମ ସ୍ଥାନ ସମ୍ପର୍କରେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ।ଏହା ପରେ ସରକାର ବିସିଜି ଓ ଜି.ଏନ.ରାଓ କମିଟିର ସୁପାରିଶ ତର୍ଜମା କରି ରାଜଧାନୀ ଲାଗି ଚୂଡାନ୍ତ ନିଷ୍ପତ୍ତି ନେବେ। ବୈଠକ ପରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପି.ଭେଙ୍କଟ ରମୈୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅମରାବତୀକୁ ରାଜଧାନୀ କରିବା ଲାଗି ଚାଷୀ ସେମାନଙ୍କ ଉର୍ବର ଜମି ସରକାରଙ୍କୁ ଦେଇଛନ୍ତି। ଏଣୁ ରାଜଧାନୀ ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ପ୍ରଥମେ ଚାଷୀଙ୍କ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରମୈୟା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.