ସୁପ୍ରିମକୋର୍ଟଙ୍କ ତାଗିଦ ପ​‌ରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର

Published By : Prameya-News7 Bureau | June 24, 2021 IST

ନୂଆଦିଲ୍ଲୀ ୨୪/୬: ସୁପ୍ରିମକୋର୍ଟଙ୍କ  ତାଗିଦ ପରେ ଆନ୍ଧ୍ରପ୍ରଦେଶ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶେଷରେ ଆନ୍ଧ୍ର ସରକାର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କ ଦ୍ବାଦଶ ପରୀକ୍ଷା ଆୟୋଜନ ଉପରେ ପ୍ରଶ୍ନ ଉଠାଇଥିଲେ। ପରୀକ୍ଷା କେମିତି ଆୟୋଜନ ହେବ ସେନେଇ ସ୍ପଷ୍ଟ ଯୋଜନା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ରିପୋର୍ଟ ମାଗିଥିଲେ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ମହାମାରୀ ସମ୍ପର୍କରେ ସମସ୍ତ ତଥ୍ୟ ବିଶ୍ଳେଷଣ କରାଯାଇଛି କି ନାହିଁ କୋର୍ଟ ପ୍ରଶ୍ନ କରିଥିଲେ। ଯଦି ସମସ୍ତ ବୋର୍ଡ ପରୀକ୍ଷା ବାତିଲ କରିଛନ୍ତି ତେବେ ଆନ୍ଧ୍ରପ୍ରଦେଶ ଭିନ୍ନ ନିଷ୍ପତ୍ତି କାହିଁକି ନେଲା ? ଏମିତି ଅନେକ ପ୍ରଶ୍ନ କରିବା ସହ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ନାହିଁ ବୋଲି ସୁପ୍ରିମକୋର୍ଟ ତାଗିଦ କରିଥିଲେ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ୧୦ ଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ପାଇଁ ମୂଲ୍ୟାୟନ ସ୍କିମ୍‌ ଜାରି କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଥିଲେ । ଏହା ସହ ସମସ୍ତ ରାଜ୍ୟ ବୋର୍ଡ ସବିଏସ୍‌ଇ ଏବଂ ଆଇସିଏସଇ ଭଳି ଧାର୍ଯ୍ୟ ସମୟ ଅବଧି ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରନ୍ତୁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ ।

ଜଷ୍ଟିସ୍‌ ଏଏମ ଖାନଓ୍ବିଲ୍‌କର ଏବଂ ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ  ଓକିଲ ଅନୁଭା ସହାୟ ଶ୍ରବାସ୍ତବଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରିଥିଲେ । ଏଥିରେ ରାଜ୍ୟ ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାର ଦ୍ବାଦଶ ପରୀକ୍ଷା କରାଇବାକୁ ନେଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ କହିଥିଲେ, ଏନେଇ ରାଜ୍ୟ ସରକାରଙ୍କ ପାଖରେ ସ୍ପଷ୍ଟ ଯୋଜନା ଥିବା ଆବଶ୍ୟକ। ଏମିତି କେମିତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବେ ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.