ଶପଥଗ୍ରହଣ କଲେ ଜଗନମୋହନଙ୍କ ୨୫ ସଦସୀୟ ମନ୍ତ୍ରୀମଣ୍ଡଳ, ୬ ପୁରୁଣା, ୧୯ ନୂଆ ମନ୍ତ୍ରୀ

Published By : Prameya-News7 Bureau | June 08, 2019 IST

ଅମରାବତୀ ୮।୬: ଆନ୍ଧ୍ରପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କ ୨୫ ସଦସୀୟ ମନ୍ତ୍ରୀମଣ୍ଡଳ ଶନିବାର ଶପଥପାଠ କରିଛନ୍ତି। ଏଥିରେ ଜଗନଙ୍କ ସ୍ବର୍ଗିୟ ପିତା ରାଜଶେଖର ରେଡ୍ଡୀଙ୍କ ସରକାରରେ ଥିବା ଅବିଭକ୍ତ ଆନ୍ଧ୍ରପ୍ରଦେଶର ୬ ଜଣ ପୁରୁଣା ମନ୍ତ୍ରୀ ଶପଥପାଠ କରିଥିବା ବେଳେ ବାକି ୧୯ ଜଣ ନୂଆ ମୁହଁ । ଏହା ଛଡା ଜଗନ ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଶପଥପାଠ କରିଥିବା ମନ୍ତ୍ରୀଙ୍କ ମଧ୍ୟରୁ   ୫ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଚୟନ କରିବେ। ତେବେ କେଉଁ ୫ ଜଣ ଉପମୁଖ୍ୟମନ୍ତ୍ରୀ ହେବେ ତାହା ପରେ ଘୋଷଣା କରାଯିବ ବୋଲି ଜଣାପଡିଛି।

{"id":120967}

ରାଜ୍ୟପାଳ ଇ.ଏସ.ଏଲ. ନରସିମହନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ଧର୍ମନା ପ୍ରସାଦ ରାଓ ପ୍ରଥମ ଶପଥପାଠ କରିଥିଲେ। ଏ.ସୁରେଶ ଓ ଏମ.ଗୌଥମ ରେଡ୍ଡୀ ଇଂରାଜୀରେ ଶପଥପାଠ କରିଥିବା ବେଳେ ବାକି ମନ୍ତ୍ରୀମାନେ ମାତୃଭାଷା ତେଲଗୁରେ ଶପଥପାଠ କରିଥିଲେ। ମନ୍ତ୍ରୀମଣ୍ଡଳର ଜଣେ ମାତ୍ର ମୁସଲମାନ ସଦସ୍ୟ ଆଲ୍ଲାହଙ୍କ ନାମରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି।

{"id":120968}

ଜଗନମୋହନଙ୍କ ମନ୍ତ୍ରୀମଣ୍ଡଳର ୬୦ ପ୍ରତିଶତ ମନ୍ତ୍ରୀ ଏସସି, ଏସଟି, ବିସି ଓ ସଂଖ୍ୟାଲଘୁ ସମୁଦାୟର। ଉଚ୍ଚଜାତିର ମୋଟ ୧୧ ଜଣ ମନ୍ତ୍ରୀ ହୋଇଥିବା ବେଳେ ୪ ରେଡ୍ଡୀ, କପୁ -୪, କମା-୧, ବୈଶ୍ୟ-୧ ଓ  ଜଣେ କ୍ଷତ୍ରୀୟ ମନ୍ତ୍ରୀଥିବା ଜଣାପଡିଛି। ଜଗନମୋହନ  ପ୍ରଥମ ଥର ଏସସି,ଏସଟି, ବିସି ଓ ସଂଖ୍ୟାଲଘୁ ସମୁଦାୟର ଜଣେ ଲେଖାଏଁ ପ୍ରତିନିଧିଙ୍କୁ  ତାଙ୍କ ପ୍ରତି ନିଯୁକ୍ତି କରିବେ ବୋଲି ଜଣାପଡିଛି।

{"id":120969}

ଗତ ମେ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଜଗନମୋହନ ପଦ ଓ ଗୋପନୀୟତାର ଶପଥ ପାଠ  କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ୯ ଦିନ ପରେ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିବା ବେଳେ ଏଥିପାଇଁ ଭବ୍ୟ ସମାରୋହ ଆୟୋଜନ କରାଯାଇଥିଲା। ବେଲଗାପୁଡି ରାଜ୍ୟ ସଚିବାଳୟ ନିକଟରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ମନ୍ତ୍ରୀମାନେ ଶପଥପାଠ କରିଛନ୍ତି। ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ସହ ଜଗନମୋହନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଆଜି ଆନୁଷ୍ଠାନିକ କାର୍ଯ୍ୟାରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.