Live ଟେଲିଭିଜନ ବିତର୍କରେ ଆନ୍ଧ୍ରପ୍ରଦେଶ BJP ସାଧାରଣ ସମ୍ପାଦକଙ୍କୁ ଚପଲ ମାଡ଼, ଭିଡିଓ viral

Published By : Prameya-News7 Bureau | February 24, 2021 IST

ଅମରାବତୀ ୨୪।୨:  କୌଣସି ନ୍ୟୁଜ୍ ଚାନେଲରେ ବିତର୍କ ବେଳେ ଉତ୍ତେଜନାମୂଳକ ଚର୍ଚ୍ଚା ସାଧାରଣ କଥା। ମତ ଓ ମନ୍ତବ୍ୟକୁ ନେଇ ପକ୍ଷ ଓ ବିପକ୍ଷ ଟଣା ଓଟରା ମଧ୍ୟ ହୁଅନ୍ତି। ତେବେ ଟେଲିଭିଜନ ଲାଇଭ ବିତର୍କରେ କେହି କାହାକୁ ଚପଲରେ ଆକ୍ରମଣ କରିବା ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି। ଯେଉଁଥିରେ ଆନ୍ଧ୍ରପ୍ରଦେଶ ବିଜେପି ସାଧାରଣ ସମ୍ପାଦକଙ୍କୁ ଅମରାବତୀ ବିଭାଜନ ବିରୋଧରେ କାର୍ଯ୍ୟ କରୁଥିବା ଜନୈକ କାର୍ଯ୍ୟକର୍ତ୍ତା କେ. ଶ୍ରୀନିବାସ ରାଓ ଚପଲରେ ଆକ୍ରମଣ କରିଥିବା ଦେଖାଯାଇଛି।

ମଙ୍ଗଳବାର ରାତିରେ ଟେଲିଭିଜନରେ ରାଜନୈତିକ ବିତର୍କ ବେଳେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜେପି ସାଧାରଣ ସମ୍ପାଦକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରିଥିବା ଟିପ୍ପଣୀକୁ ନେଇ ପାରସ୍ପରିକ ଝଗଡା କ୍ରମରେ ଏହି ଘଟଣା ଘଟିଥିଲା। ମନ୍ତବ୍ୟରେ କ୍ରୋଧିତ ଶ୍ରୀନିବାସ ବିଜେପି ନେତାଙ୍କ ମନ୍ତବ୍ୟକୁ ପ୍ରଳାପ ବୋଲି କହିଥିଲେ।  

wp:embed {"url":"https://twitter.com/Sunil_Deodhar/status/1364266941750255621","type":"rich","providerNameSlug":"twitter","responsive":true,"className":""}
https://twitter.com/Sunil_Deodhar/status/1364266941750255621
/wp:embed

ବିଜେପି ସାଧାରଣ ସମ୍ପାଦକଙ୍କୁ ଅମରାବତୀ ଜଏଣ୍ଟ ଆକ୍ସନ କମିଟି(ଏଜେଏସି) ଆବାହକ ଶ୍ରୀନିବାସ ରାଓ ଆପଣ ସୀମା ପାର କରୁଥିବା କହିଥିଲେ। ଏହାର ଜବାବରେ ସେ ୧୦୦ ଥର ଏପରି କହିବେ ବୋଲି କହିଥିଲେ। ଏଥିରେ ରାଓ ଏତେ କ୍ରୋଧିତ ହୋଇଯାଇଥିଲେ ଯେ ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଟେଲିଭିଜନ ଲାଇଭ କାର୍ଯ୍ୟକ୍ରମରେ ଚପଲରେ ପିଟିଥିଲେ।  ଏହି ଭିଡିଓକୁ ଏବେ ଲୋକେ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଭିଡିଓରେ ବିଜେପି ସାଧାରଣ ସମ୍ପାଦକ ଶ୍ରୀନିବାସଙ୍କ ସମ୍ପର୍କ ଟିଡିପି ସହ ଥିବାର କହୁଥିବା ଦେଖାଯାଇଛି। ଯାହାପରେ ଉଭୟଙ୍କ ମଧ୍ୟରେ ମୌଖିକ ବିତଣ୍ଡା ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.