ଆନ୍ଧ୍ରପ୍ରଦେଶ ସୃଷ୍ଟି କଲା ଉଦାହରଣ : ସମସ୍ତ ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ନିଯୁକ୍ତି ସଂରକ୍ଷିତ କରିବାକୁ ଆଣିଲା ଆଇନ, ଓଡିଶା ବି ସମାନ ଆଇନ ଆଣିବାକୁ ଦାବି

Published By : Prameya-News7 Bureau | July 23, 2019 IST

ଭୁବନେଶ୍ବର୨୩|୭; ଆନ୍ଧ୍ରପ୍ରଦେଶ ଦେଶରେ ସୃଷ୍ଟି କଲା ଉଦାହରଣ ।  ସମସ୍ତ ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ନିଯୁକ୍ତି ସଂରକ୍ଷିତ କରିବାକୁ ଆଣିଲା ଆଇନ । ଏଭଳି ଆଇନ ଆଣିବାରେ ଆନ୍ଧ୍ରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ପାଲଟିଯାଇଛି । ପୂର୍ବରୁ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏଭଳି ଆଇନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଓଡ଼ିଶାରେ ଏଭଳି ଆଇନ ଆଣିବାକୁ ଅନେକ ମତ ଦେଇଛନ୍ତି ।

{"id":136646}

ଆନ୍ଧ୍ର ସୃଷ୍ଟି କଲା ଉଦାହରଣ । ଓଡ଼ିଶା କେବେ ? ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠିଲାଣି । ଆନ୍ଧ୍ର ପ୍ରଦେଶ ସରକାର ସମସ୍ତ ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ ବୋଲି ଆଇନ ଆଣିଛନ୍ତି । ଆନ୍ଧ୍ରର ୱାଇ ଏସ୍‌ ଜଗନମୋହନ ରେଡ୍ଡି ସରକାର ଏସଂପର୍କିତ ଆଇନକୁ ବିଧାନସଭାରେ ପାସ୍‌ କରାଇଛନ୍ତି । ଏପରି ଆଇନ ଆଣିବାରେ ଆନ୍ଧ୍ର ଦେଶରେ ପ୍ରଥମ ରାଜ୍ୟ ପାଲଟିଯାଇଛି । ସରକାରୀ ସହାୟତା ପାଇ ନଥିବା ଘରୋଇ ଶିଳ୍ପସଂସ୍ଥା ଉପରେ ମଧ୍ୟ ଏହି ଆଇନ ଲାଗୁ ହେବ । ଏହି ଆଇନ ଦ୍ବାରା ସେହି ଲୋକମାନଙ୍କୁ ଅଧିକ ଫାଇଦା ମିଳିବ ଯେଉଁମାନେ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ପାଇଁ ନିଜ ଜମି ପ୍ରଦାନ କରିଛନ୍ତି ଏବଂ ବେରୋଜଗାର ଅଛନ୍ତି ।  ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ପ୍ରଜାସଂକଳ୍ପ ପଦଯାତ୍ରା ସମୟରେ ଏପରି ଆଇନ ଆଣିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜଗନମୋହନ।

{"id":136647}

ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ନିଯୁକ୍ତି ନେଇ ଅନେକ ରାଜ୍ୟ ଚେଷ୍ଟା କରୁଥିଲେ । ହେଲେ ଆନ୍ଧ୍ରପ୍ରଦେଶ ଆଣିଥିବା ନୂଆ ଆଇନ ଏବେ ସେମାନଙ୍କ ପାଇଁ ମାର୍ଗଦର୍ଶକ ହେବାକୁ ଯାଉଛି । ଆନ୍ଧ୍ର ସରକାରଙ୍କ ୨୦୧୯ ଶିଳ୍ପ, କଂପାନୀ ଆକ୍ଟ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୭୫ ପ୍ରତିଶତ ଯୁବକ ଯୁବତୀଙ୍କୁ ସେହି ଅଞ୍ଚଳର ଘରୋଇ ଅନୁଷ୍ଠାନରେ ପବ୍ଲିକ୍‌ - ପ୍ରାଇଭେଟ୍‌ ପାର୍ଟନରସିପ୍ ବା ପିପିପି ମଡେଲ୍‌ ଅନୁସାରେ ନିଯୁକ୍ତି ଦେବେ । ମଧ୍ୟପ୍ରଦେଶ ସରକାର ଘରୋଇ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ଲାଗି ୭୦ପ୍ରତିଶତ ନିଯୁକ୍ତି ସଂରକ୍ଷଣ କରିବା ପାଇଁ ଆଇନ ଆଣିବେ ବୋଲି ନିକଟରେ ଘୋଷଣା କରିଥିଲେ । କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ରରେ ମଧ୍ୟ ସମାନ ଦାବି ଉଠିଥିଲା । ତେଣୁ ଓଡ଼ିଶାରେ ମଧ୍ୟ ଏଭଳି ଆଇନ ଆଣିବାକୁ ନ୍ୟୁଜ୍‌ ସେଭେନ୍‌ ଦାବି କରିଛି।

{"id":136648}

ସ୍ଥାନୀୟ ପ୍ରାଇଭେଟ୍‌ ଶିଳ୍ପ ଅନୁଷ୍ଠାନ ଗୁଡିକରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଲେ ବେକାରୀ ସମସ୍ୟା ଅନେକ ମାତ୍ରାରେ କମିବ ବୋଲି ଆଶା କରାଯାଉଛି ।

{"id":136649}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.