Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଠିକ୍ ସମୟରେ ପହଞ୍ଚିପାରିଲାନି ଅକ୍ସିଜେନ : ତିରୁପତି କୋଭିଡ ହସ୍ପିଟାଲରେ ୧୧ ରୋଗୀ ମୃତ

11/05/2021 at 7:09 AM

ଆନ୍ଧ୍ରପ୍ରଦେଶ ୧୧/୫ : ପୁଣି ଅକ୍ସିଜେନ ଅଭାବରୁ ଚାଲିଗଲା୧୧ ଜୀବନ । ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଇଆ ହସ୍ପିଟାଲରୁ ନଜର ଆସିଛି ଏଭଳି ଦୁଃଖଦ ଘଟଣା। ଏଠାରେ ସଠିକ ସମୟରେ ଅକ୍ସିଜେନ ପହଞ୍ଚିନପାରିବାରୁ ୧୧ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଲ୍ଲାପାଳ ହରିନାରାୟଣ ପହଞ୍ଚି ସ୍ଥିତି ସମୀକ୍ଷା କରିବା ଏକଥା ସ୍ପଷ୍ଟ କରିଛନ୍ତି ଯେ, ଅକ୍ସିଜେନ ଅଭାବରୁ ୧୧ ରୋଗୀଙ୍କ ମୃତ୍ୟୁ ହୋଇଛି ।

ହସ୍ପିଟାଲରେ ଅକ୍ସିଜେନ ମାତ୍ର ୫ ମିନିଟ ବିଳମ୍ବରେ ପହଂଚିଥିଲା । ପୂର୍ବରୁ ଅକ୍ସିଜେନ ଅଭାବ ଜଣାପଡିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ପରିବହନ ପାଇଁ ଜୋରଦାର ଉଦ୍ୟମ ହୋଇଥିଲା । ହେଲେ ୫ ମିନିଟ ବିଳମ୍ୱ ହେତୁ ଉଡିଯାଇଥିଲା ୧୧ ଜଣଙ୍କର ପ୍ରାଣବାୟୁ । ସୂଚନା ଯୋଗ୍ୟ ଯେ, ତିରୁପତିରେ ଥିବା ଏହି ହସ୍ପିଟାଲରେ ପାଖାପାଖି ୧ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ଚାଲିଛି । ତେବେ କୌଣସି କାରଣରୁ ଏଠାରେ ଅକ୍ସିଜେନ ଯୋଗାଣ ପ୍ରଭାବିତ ହୋଇଥିଲା ।

ଫଳରେ ଅନେକ ରୋଗୀ ଶ୍ୱାସକ୍ରିୟାଜନିତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଶାସନର ସମସ୍ତ ପ୍ରକାରର ଉଦ୍ୟମ ପରେ ବି ରୋଗୀଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡିଥିଲା । ସେପଟେ ଘଟଣା ନେଇ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ନୂଆ ମ୍ୟୁଟାଣ୍ଟ ଦେଖାଦେବା ପରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି ।

   Related Posts