୧୪ ହଜାର ମଦ ବୋତଲ ଉପରେ ଚାଲିଲା ରୋଲର, ସେଥିରେ ଥିଲା ୭୨ ଲକ୍ଷ ଟଙ୍କାର ଚୋରା ମଦ

Published By : Prameya-News7 Bureau | July 18, 2020 IST

ବିଜୟୱାଡା ୧୮/୦୭: ବିପୁଳ ଚୋରାମଦ ଜବତ କରିଥିଲା ପୋଲିସ ଓ ଅବକାରୀ ବିଭାଗ । ତାକୁ ନଷ୍ଟ କଲା ପୁରା ଷ୍ଟାଇଲରେ । କିଛି ବି ରହିଲାନି ପୁରା ମାଟିରେ ମିଶିଲା । ସେହି ମଦ ନଷ୍ଟର  ଭିଡିଓ ଏବେ  ଭାଇରାଲ । ବିଜୟୱାଡା ପୋଲିସର ଏପରି କାମକୁ ଇଣ୍ଟରନେଟ୍‌ରେ ପ୍ରଶଂସା ବହୁତ ।

ଦେଖନ୍ତୁ ଏହି ଭିଡିଓ । କିପରି ସଜାହୋଇ ଥୁଆ ହୋଇଛି ଧାଡି ଧାଡି ମଦ ବୋତଲ । ରଙ୍ଗ ବେରଙ୍ଗର ଆଉ ବିଭିନ୍ନ ଆକାରର ଦେଶୀ- ବିଦେଶୀ ମଦ ବୋତଲ । ଶହେ ଦୁଇ ଶହ କି ହଜାରେ ନୁହଁ ୧୪ ହଜାର ମଦ ବୋତଲ । ବିରାଟ ଜାଗାରେ ଏମିତି ସଜାହୋଇଛି, ଯେମିତି ସମସ୍ତେ ଦେଖିବେ ଆଉ ତାପରେ କ’ଣ ହେଲା ତାହା ବି ଦେଖନ୍ତୁ । ମାଡି ଚାଲିଛି ରୋଡ୍‌ ରୋଲର , ଆଉ ତାର ସେହି ଓଜନିଆ ଲୁହା ଚକ ତଳେ ଚୁରମାର ହୋଇଯାଉଛି ମଦ ବୋତଲ ସବୁ । ପିଚକି ପଡୁଛି ମଦ । ଏ ହେଇଛି  ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ମଛଲିପଟ୍ଟନମ୍ ସହରରେ ନିକଟରେ ସଙ୍ଗଠିତ ମଦ ନଷ୍ଟର ଦୃଶ୍ୟ ।

wp:html
/wp:html

କିଷ୍ଣା ଜିଲାର ପୋଲିସ ଅଧିକ୍ଷକ ଏମ୍. ରବିନ୍ଦ୍ରନାଥ ବାବୁଙ୍କ ସୂଚନା ଅନୁଯାୟୀ ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶ ଆସିଥିବା ଏହି ସବୁ ଚୋରା ମଦକୁ ଜବତ କରାଯାଇଥିଲା । ତେଲେଙ୍ଗାନା ସୀମାନ୍ତ କ୍ରିଷ୍ଣା ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚେକ୍ ପୋଷ୍ଟ ଅତିକ୍ରମ କରି ଆନ୍ଧ୍ରରେ ପ୍ରବେଶ ବେଳେ  ଆଉ ଲକ୍‌ଡାଉନ ସମୟରେ  ହିଁ ୧୦ ଟି ଥାନାର ପୋଲିସ ଜବତ କରିଥିଲା ୩ ହଜାର ୨୦୭ ଲିଟର ମଦ । ଏହି ଚୋରା ମଦର ଦାମ ୭୨ ଲକ୍ଷ ଟଙ୍କା ।ଏହି ଘଟଣାରେ ୧୦ ଥାନାର ପୋଲିସ ୩୧୨ ମାମଲା ମଧ୍ୟ ରୁଜ୍ଜୁ କରିଛି । ଜବତ ପରେ ସେହି ମଦ ଗୁଡିକୁ ସହଜରେ ପୁରା ନଷ୍ଟ କରିବାକୁ ପୋଲିସ ରୋଡ ରୋଲର ଆଣିଥିଲା ଏବଂ ବୋତଲ ଗୁଡିକୁ ରୋଲକର ଚକା ଚଢିବା ଭଳି ସଜାଇ ତାହା ଉପରେ ଚଢାଇଥିଲା ।

 ସୂଚନା ଯୋଗ୍ୟ ୟେ, ଆନ୍ଧ୍ରପ୍ରଦେସର ୱାଇ.ଏସ୍ ଜଗନ ମୋହନ ରେଡ୍ଡି ସରକାର ରାଜ୍ୟରେ ମଦ ବିକ୍ରି କମ୍‌ ଲାଗି ଏକାଧିକ ପଦକ୍ଷେପ ନେୋଇଛନ୍ତି । ରାଜ୍ୟରେ ମଦ ଦୋକାନ ସଂଖ୍ୟା ୨୦ ପ୍ରତିଶତ କମାଇ ଦେଇଛନ୍ତି . ତାହା ସହ ମଦର ଦାମ ପାଖାପାଖି ୭୫ ପ୍ରତିଶତ ବୃଦ୍ଧି କରିଛନ୍ତି । ସେଥିଲାଗି ଚୋରା ବେପାରୀ ତେଲେଙ୍ଗାନାରୁ ରାଜ୍ୟକୁ ଚୋରାରେ ମଦ ଆଣୁଥିବା ବେଳେ ଆନ୍ଧ୍ର ସରକାର ତା ଉପରେ କଡା ନଜର ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.