Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୂର୍ବତନ ସାଂସଦଙ୍କ ହତ୍ୟା ମାମଲାରେ ଜଗନ ମୋହନ ରେଡ୍ଡୀଙ୍କୁ ଫସାଇବା ପାଇଁ IPS ଭେଙ୍କଟେଶ୍ବର ରାଓ କରିଥିଲେ ଷଡ଼ଯନ୍ତ୍ର: AP ପୋଲିସ

19/04/2021 at 8:27 PM

ନୂଆଦିଲ୍ଲୀ ୧୯/୪: ବଡ଼ ଖୁଲାସା କରିଛି ଆନ୍ଧ୍ରପ୍ରଦେଶ ପୋଲିସ। ସାମ୍ବାଦିକ ସମ୍ମଳନୀ ଜରିଆରେ ଆନ୍ଧ୍ର ପୋଲିସ ବଡ଼ ସତ୍ୟ ଉପରୁ ପରଦା ଉଠାଇଛି। ପୋଲିସ ଦାବି କରିଛି ଯେ, ନିଲମ୍ବିତ ଆଇପିଏସ୍‌ ଅଧିକାରୀ ଏ.ବି ଭେଙ୍କଟେଶ୍ବର ରାଓ ପୂର୍ବତନ ସାଂସଦ ଓ୍ବାଇ ଏସ୍‌ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ପରିବାରକୁ ଫସାଇବାକୁ ନିଜର ତତ୍କାଳୀନ ସହଯୋଗୀ ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ। ପୋଲିସର ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ରାଓ ବର୍ତ୍ତମାନର ସିବିଆଇ ନିର୍ଦେଶକଙ୍କୁ ଲେଖିଥିଲେ। ତେବେ କଡପ୍ପାର ପୂର୍ବତନ ଏସପି ଦେବ ଶର୍ମା ଏବଂ ଅମ୍ମେରେଡ୍ଡୀ ଆଇପିଏସ୍‌ଙ୍କ ଉପରେ ଭେଙ୍କଟେଶ୍ବରଙ୍କ ଦ୍ବାରା ଲାଗିଥିବା ଅଭିଯୋଗ ମିଥ୍ୟା ବୋଲି ଆନ୍ଧ୍ରପ୍ରଦେଶ ଡିଆଇଜି ପାଲାରାଜୁ କହିଛନ୍ତି। ଏହା ସହ ପାଲାରାଜୁ କହିଛନ୍ତି, ‘ହତ୍ୟାର ୧୫ ଦିନ ପରେ ମଧ୍ୟ ଭେଙ୍କଟେଶ୍ବରଙ୍କ ନିର୍ଦେଶ କ୍ରମେ ମାମଲାର ଯାଞ୍ଚ ଚାଲୁଥିଲା। ସେ କଡପ୍ପାର ତତ୍କାଳୀନ ଏସପି ଏବଂ ଅନ୍ୟମାନଙ୍କୁ ନିର୍ଦେଶ ଦେଉଥିଲେ। ଯେଉଁ ମହତ୍ବପୂର୍ଣ୍ଣ ତଥ୍ୟ କଥା ସେ ଏବେ କହୁଛନ୍ତି ସେତେବେଳେ ସେ କାହିଁକି ଏହାର ଉପଯୋଗ କଲେନାହିଁ ? ଯଦି କଲେ ନାହିଁ ଯିବା ବେଳେ ନିଜ ଉତ୍ତରାଧିକାରୀଙ୍କୁ ତଥ୍ୟ ଦେବାର ଥିଲା। ସେ ଏମିତି କଲେ ନାହିଁ କାହିଁକି ? ହତ୍ୟାର ୩ ମାସ ପରେ ତତ୍କାଳୀନ ସରକାର ସତ୍ତାରେ ଥିଲା। ବର୍ତ୍ତମାନ ସରକାର ୯ ମାସ ପରେ ମାମଲା ସିବିଆଇ ପାଖକୁ ଆସିଥିଲା। ଗୋଟିଏ ମାସ ହେଲା ଏହି ମାମଲା ଆସିଛି। କିନ୍ତୁ ତଥ୍ୟ ସହ ଆସିବାକୁ ଭେଙ୍କଟେଶ୍ବରଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଗଲା।’

ଏହା ସହ ସେ ଆହୁରି କହିଛନ୍ତି, ଭେଙ୍କଟେଶ୍ବର ମାମଲାରେ ଯାଞ୍ଚ କରୁଥିବା ବେଳେ ସେତେବେଳେ ସେ ତତ୍କାଳୀନ ଏସପି ରାହୁଲ ଦେବ ଶର୍ମା ଏବଂ ଅଧିକାରୀଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ହତ୍ୟା ମାମଲାରେ ଫସାଇବାକୁ ଚାପ ପକାଇଥିଲେ। ଯଦି ସେ ଆଜି ବି ପ୍ରକୃତରେ ତଥ୍ୟ ଦେବାକୁ ଚାହୁଁଛନ୍ତି। ସେ ସିବିଆଇକୁ ବନ୍ଦ ଲଫାପାରେ ପଠାଇପାରିବେ ।

   Related Posts