Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ସୀମା ଟପୁଛି ଆନ୍ଧ୍ରର ଦାଦାଗିରି, ଶୋଇ ରହିଛି ଜିଲ୍ଲା ପ୍ରଶାସନ, ଗୋଟିଏ ପରେ ଗୋଟିଏ ଗାଁକୁ କବ୍‌ଜା କରିବାକୁ ଲାଗି ପଡିଛି ପଡୋଶୀ ରାଜ୍ୟ

13/11/2020 at 6:30 PM

ଜୟପୁର ୧୩।୧୧:  ଦିନକୁ ଦିନ ସୀମା ଟପୁଛି ଆନ୍ଧ୍ରର ଦାଦାଗିରି । ୪ ଦିନ ହେବ କୋରାପୁଟ ପଟାଙ୍ଗୀ ସୀମାନ୍ତ ସମ୍ବାଇରେ ପଥର ପକାଇ ରାସ୍ତା ଅବରୋଧ କରି ରଖିଛି ଆନ୍ଧ୍ର । ଏପଟେ ନାହିଁରେ ତେଲ ପକାଇ ବସିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସମ୍ବାଇ ସରପଞ୍ଚ ଅବରୋଧ ହଟାଇବାକୁ ଯାଇଥିବା ବେଳେ ଆନ୍ଧ୍ର ପଟୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଜିଲ୍ଲା ପ୍ରଶାସନ ବିଶାଖାପାଟଣା ପ୍ରଶାସନ ସହ ଆଲୋଚନା କରିବାର ଦ୍ବାହି ଦେଇ ଦିନକୁ ଦିନ ସମୟ ଗଡ଼ାଇ ଚାଲିଛି।

ଦିନକୁ ଦିନ ଆନ୍ଧ୍ରର ନକ୍ସା କୋରାପୁଟ ଜିଲ୍ଲା ଭିତରକୁ ମେଲିମେଲି ଚାଲିଥିବା ବେଳେ, ପ୍ରଶାସନ ଗାନ୍ଧିଙ୍କ ତିନି ମାଙ୍କଡ଼ ଭଳି ବ୍ୟବହାର କରୁଛି । ସବୁ ଜାଣି, ସବୁ ଶୁଣି କାହିଁକି ଯେ ଆନ୍ଧ୍ର ପ୍ରତି କୋରାପୁଟ ପ୍ରଶାସନ ନିରବ ରହିଛି ବୁଝା ପଡ଼ୁନି । ୪ ଦିନ ହେବ କୋରାପୁଟ ପଟାଙ୍ଗୀ ସୀମାନ୍ତ ସମ୍ବାଇରେ ପଥର ପକାଇ ରାସ୍ତା ଅବରୋଧ କରି ରଖିଛି ଆନ୍ଧ୍ର । ବିସ୍ତାରବାଦୀ ଚିନ୍ତାଧାରା ନେଇ ଓଡ଼ିଶାର ଗୋଟିଏ ପରେ ଗୋଟିଏ ଗାଁକୁ କବ୍‌ଜା କରିବାକୁ ଦମ୍ ଲଗାଇଛି । ଶେଷରେ ସମ୍ବାଇ ସରପଞ୍ଚ ପିଲ୍କୁ ଗୁଣ୍ଠା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଅବରୋଧ ହଟାଇବାକୁ ଚେଷ୍ଟା କରିଥିବା ବେଳେ ଦେଖନ୍ତୁ ତାଙ୍କ ସହ କଣ ଘଟୁଛି । କିଛି ଲୋକ ଦାଦାଗିରି ଦେଖାଇ ସଂଘବଦ୍ଧ ଭାବେ ଘେରି ଠେଲାପେଲା କରୁଛନ୍ତି । ଆଉ ସାଦା କାଗଜରେ ନକ୍ସା ଦେଖାଇ ଚାଲି ଯିବାକୁ ଧମକ ଦେଉଛନ୍ତି ।

କୋରାପୁଟ ଜିଲ୍ଲା ପ୍ରଶାସନ କିନ୍ତୁ ଘଟଣାକୁ ଗୁରୁତ୍ବର ସହ ନେବା ଭଳି ମନେ ହେଉନି । ପୂର୍ବରୁ ସମ୍ବାଇ ସରପଞ୍ଚ  ଏନେଇ ପଟାଙ୍ଗୀ ଥାନାରେ ମାମଲା ଦାୟର କରିଥିବା ବେଳେ ଉପଜିଲ୍ଲାପାଳ, ପଟାଙ୍ଗୀ ବିଧାୟକ ଓ ସୁନାବେଡ଼ା ଏସଡିପିଓ ସମ୍ବାଇରେ ପହଞ୍ଚି ଆନ୍ଧ୍ର ଫଳକ ହଟାଇଥିଲେ । ଉତ୍ତେଜନା ଲାଗି ରହିଥିବାକୁ ପୋଲିସ କାନ୍ଧରେ ଦାୟିତ୍ବ ଥୋଇ ଦେଇ ଝାଡ଼ିଝୁଡ଼ି ହୋଇଯାଇଛନ୍ତି । ତେବେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ କହି ସବୁଦିନ ଭଳି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ।

କୋଟିଆ ହେଉ କି ନାରାୟଣପାଟଣା ଅବା ସମ୍ବାଇ । ସବୁଠି ଆନ୍ଧ୍ର ଓଡ଼ିଶାକୁ ନାଲିଆଖି ଦେଖାଇ ଚାଲିଛି । ତେବେ ପୂର୍ବରୁ ଲୋକଙ୍କୁ ପ୍ରଲୋଭନ ଦେଇ ନିଜ ପକ୍ଷକୁ ଆଣୁଥିବା ଆନ୍ଧ୍ର ଏବେ ମାରପିଟ୍‌କୁ ଓହ୍ଲାଇବା ନୂଆ ଟେନସନ୍‌କୁ ଜନ୍ମ ଦେଇଛି।

   Related Posts