Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଓଡିଶାରେ ମନ୍ଦିର ନିର୍ମାଣକୁ ଆନ୍ଧ୍ରର ବିରୋଧ, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ସାଲୁର ବିଧାୟକ

13/07/2021 at 5:00 PM

ଜୟପୁର ୧୩।୭: ଓଡ଼ିଶାର ମନ୍ଦିର ହେଲେ ବିରୋଧ କରୁଛି ଆନ୍ଧ୍ର ।  ଆଉ ଏହାକୁ ନେଇ ଏବେ କୋଟିଆର ନେରେଡିବାଲସାରେ ମୁହାଁମୁହିଁ ହୋଇଛନ୍ତି କୋରାପୁଟ ଶାବର ଶ୍ରୀକ୍ଷେତ୍ର କମିଟିର ସମ୍ପାଦକ ତଥା ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡ଼ା ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ରାଜନେତା।  ଗତ ୯ ତାରିଖ ଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟ ତରଫରୁ ନେରେଡିବାଲସାଠାରେ ପତିତପାବନଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଆଉ ଏହାପରେ ଗାଁ ଲୋକଙ୍କ ସହ ପ୍ରସାଦ ସେବନ ଚାଲିଥିବା ବେଳେ ଆନ୍ଧ୍ରର ଅଧିକାରୀମାନେ ସେଠାରେ ପହଞ୍ଚି ମନ୍ଦିର ନିର୍ମାଣକୁ ବିରୋଧ କରିଥିଲେ। ଏହାକୁ ନେଇ ସାଲୁର ତହସିଲଦାରଙ୍କ ସହ ଗଦାଧର ପରିଡାଙ୍କ ଯୁକ୍ତିତର୍କ ହୋଇଥିଲା।

ଏହାପରେ ବାର ବାର ଆନ୍ଧ୍ରର ଅଧିକାରୀମାନେ ନେରେଡିବାଲସା ଆସି ସ୍ଥିତି ସମୀକ୍ଷା କରିବା ସହ ମନ୍ଦିର ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରୁଛନ୍ତି ଗଦାଧର ପରିଡା। ମନ୍ଦିର ନିର୍ମାଣ କୁ ଦୃଢ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସାଲୁର ବିଧାୟକ। ଯାହାକୁ ନେଇ ଏବେ ତାତିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟ କମିଟି।

ସୋମବାର ଆନ୍ଧ୍ରର ଅଧିକାରୀମାନେ ନେରେଡିବାଲସାରେ ପହଞ୍ଚି ଏ ସଂପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଆନ୍ଧ୍ର ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ନେରେଡିବାଲସା ପତିତପାବନ ମନ୍ଦିର ନିକଟରେ ପୂଜାର୍ଚ୍ଚନାର କାର୍ଯ୍ୟକ୍ରମ ରଖିଛି ଶାବର ଶ୍ରୀକ୍ଷେତ୍ର କମିଟି। ତେଣୁ ମଙ୍ଗଳବାର ନେରେଡିବାଲସାରେ କମିଟି ଓ ଆନ୍ଧ୍ର ଅଧିକାରୀ ମୁହାଁମୁହିଁ ହେବାର ଆଶଙ୍କା ରହିଛି।

   Related Posts