Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଉ ୩ ଜାତୀୟକରଣ ବ୍ୟାଙ୍କର ହେବ ବିଲୟ, ଯଦି ଆପଣ କୌଣସିର ଗ୍ରାହକ ଜାଣନ୍ତୁ କ’ଣ ପଡିବ ପ୍ରଭାବ

29/05/2019 at 3:39 PM

ନୂଆଦିଲ୍ଲୀ ୨୯।୫: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ  ଚାଲିଥିବା ବ୍ଯାଙ୍କ ବିଲୟକରଣରେ ଖୁବ୍ ଶୀଘ୍ର ଆଉ ୩ଟି ଜାତୀୟକରଣ ବ୍ୟାଙ୍କର ବିଲୟ ହେବ। ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିଲୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ସରକାରରେ ବ୍ଯାଙ୍କ ଅଫ ବରୋଦାରେ ଦେନାବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମର୍ଜର ହୋଇଥିଲା। ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିୟଣ୍ଟଲ ବ୍ୟାଙ୍କ ଅଫ କମର୍ସ, ଆନ୍ଧ୍ରବ୍ୟାଙ୍କ ଓ ଏଲାହାବାଦ ବ୍ୟାଙ୍କର ମର୍ଜର ହେବ। ଆଗାମୀ ୩ ମାସ ମଧ୍ୟରେ ଏହି ବ୍ୟାଙ୍କ ବିଲୟକରଣ ପ୍ରକ୍ରିୟା ଆରମ୍ଭ ହେବ।

ବ୍ଯାଙ୍କ ବିଲୟକରଣର ପ୍ରଭାବ ଏହାର ଗ୍ରାହକଙ୍କ ଉପରେ ପଡି ନଥାଏ। ତେବେ ଗ୍ରାହକଙ୍କୁ କିଛି କାଗଜପତ୍ର କାମ କରିବାକୁ ହୁଏ। ନଚେତ ଗ୍ରାହକ ସାମାନ୍ୟ ସମସ୍ୟାରେ ପଡିପାରନ୍ତି। ବ୍ୟାଙ୍କ ମର୍ଜରରେ ସାଧାରଣତଃ ଗ୍ରାହକଙ୍କ ପାସ୍ ବୁ୍କ୍, ଚେକବୁକ୍ ଆଦି  ବଦଳିଯାଏ। କେବେ କେବେ ଗ୍ରାହକଙ୍କ ଶାଖା ମଧ୍ୟ ବଦଳିଯାଇଥାଏ। ତେବେ ଏଥିପାଇଁ ବ୍ୟାଙ୍କମାନେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି। ତେବେ ବ୍ୟାଙ୍କମାନଙ୍କର ମର୍ଜର ବେଳେ ଗ୍ରାହକ ସେମାନଙ୍କର ନୂଆ ପାସ୍ ବୁକ୍, ଚେକ୍ ବୁକ୍ ଓ ଏଟିଏମ କାର୍ଡ ସଂଗ୍ରହ କରି ନେବା ଦରକାର । ନହେଲେ ପରେ ଏସବୁ ପାଇଁ ଅଯଥା ଝିନଝଟରେ ପଡିବାକୁ ହୁଏ।

ବ୍ୟାଙ୍କ ମର୍ଜରରେ ପାସବୁକ୍ ଓ ଏଟିଏମ ପୁଣି ଅପଡେଟ୍ ହେବ। ଏଣୁ ଗ୍ରାହକଙ୍କୁ କିଛି କାଗଜି କାର୍ଯ୍ୟ ମଧ୍ୟ କରିବାକୁପଡିବ। ତେବେ ଯେଉଁମାନେ ବ୍ୟାଙ୍କର ଋଣୀ ସେମାନଙ୍କ ଉପରେ ବ୍ୟାଙ୍କ ବିଲୟକରଣର କୌଣସି ପ୍ରଭାବ ପଡିବ ନାହିଁ। ସେମାନଙ୍କର ଋଣର ସୁଧହାର ଅପରିବର୍ତ୍ତିତ ରହିବ। ସେହିପରି ଆପଣଙ୍କ ସଞ୍ଚୟ ଜମାଖାତା, ଫିକ୍ସଡ ଡିପୋଜିଟ ସୁଧହାରରେ ମଧ୍ୟ ପରିବର୍ତ୍ତନ ହେବନି। ଋଣ ପାଇଁ ଆପଣଙ୍କୁ ପୂର୍ବ ପରି ସୁଧଦେବାକୁପଡିବ।

   Related Posts