Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କୋଟିଆ ମୋହ ଛାଡୁନି : ଅନୁପ୍ରବେଶ କରି ଯୁବକଙ୍କୁ କ୍ୟାରମ ବୋର୍ଡ ବାଣ୍ଟିଲେ ଆନ୍ଧ୍ର ଅଧିକାରୀ

29/11/2021 at 8:37 AM

କୋରାପୁଟ, ୨୯/୧୧: କୋଟିଆରେ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ଏହା ପରେ ବି ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର।କୋଟିଆର ଯୁବକଙ୍କୁ ଆକୃଷ୍ଟ କରିବାକୁ ନୁଆ ଉଦ୍ୟମ କରିଛି ଆନ୍ଧ୍ର।

କୋଟିଆରେ ଅନୁପ୍ରବେଶ କରି ଯୁବକମାନଙ୍କ ସହ ବୈଠକ କରିବା ସହ କ୍ରୀଡା ଉପକରଣ ବଣ୍ଟନ କରିଛି ଆନ୍ଧ୍ର ।ରାଜନୈତିକ ସ୍ତରରେ କୋଟିଆ ସୀମା ବିବାଦର ସମାଧାନ ପାଇଁ  ୨ୟ ଥର ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।ଆନ୍ଧ୍ର ଓ ଓଡିଶା ମୂଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।ଓଡିଶା ସରକାର ସୀମା ବିବାଦର ସମାଧାନ ସକାଶେ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ।ଏପଟେ କିନ୍ତୁ   ଅନୁପ୍ରବେଶକୁ ଜୋରଦାର କରିଛି ଆନ୍ଧ୍ର । କୋଟିଆ ଗସ୍ତ ଯୁବକଙ୍କୁ ଆକୃଷ୍ଟ କରିବାକୁ ଅଭିନବ ଉପାୟ ଆପଣାଇଛନ୍ତି ଆନ୍ଧ୍ର ଅଧିକାରୀ ।  

ଏହି ଗସ୍ତ  କାର୍ଯ୍ୟକ୍ରମରେ ବିଜୟନଗରମ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ବିକ୍ରମଦିତ୍ୟଙ୍କ ସମେତ  ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଆର,କୁର୍ମାନାଥ ଏବଂ ଆନ୍ଧ୍ର ଏଜେଣ୍ଟମାନେ ଉପସ୍ଥିତ ଥିଲେ।

   Related Posts