Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି, ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ବିଧାୟକ ଓ ଅଧିକାରୀ

3/11/2021 at 12:28 PM

କୋରାପୁଟ ୩।୧୧: କୋଟିଆରେ ଆନ୍ଧ୍ର ଅଧିକାରୀ ସହ ସାଲୁର ବିଧାୟକ । ଓଡିଶାରେ ପଶି ଓଡିଶା ଜମିକୁ ଓଡିଶା ଲୋକଙ୍କୁ ବାଣ୍ଟିଲେ ଆନ୍ଧ୍ର ବିଧାୟକ ଓ ଆନ୍ଧ୍ର ଅଧିକାରୀ । କୋଟିଆର ତାଡିୱ୍ବାଲସାଠାରେ ସଭାର ଆୟୋଜନ କରି ୩୦୦ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ୯ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ।

ସେହିଭଳି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସକାଶେ ୧୬ଲକ୍ଷ ଟଙ୍କା ବ୍ୟୟରେ ଫେଡେରେସନ କୋଠା ନିର୍ମାଣ କରିବା ନେଇ ସାଲୁର ବିଧାୟକ ରାଜନ ଦୋରା ଶୁଭ ଦେଇଛନ୍ତି। ଆନ୍ଧ୍ରର ପାର୍ବତୀପୁରମ ପିଏ ଆଇଟିଡିଏ କୁରମାନାଥଙ୍କ ଉପସ୍ଥିତିରେ ସାଲୁର ବିଧାୟକ ଭୂମି ପୂଜନ କରିଛନ୍ତି । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାଲୁର ତହସିଲଦାର କେ. ଶ୍ରୀନିବାସ ରାଓ, ସାଲୁର ବିଡିଓ ପାର୍ବତୀ ସାରିକି ସରପଞ୍ଚ ଜି ସତ୍ୟବତୀଙ୍କ ସମେତ ଆନ୍ଧ୍ର ପୋଲିସ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।  ଆନ୍ଧ୍ର ଏଜେଣ୍ଟ ଗେମେଲ ବିଶୁ ଓ ତୋଡପିଲି ବିଶୁ ସଭା ଆୟୋଜନ କରିବା ସହ ଆନ୍ଧ୍ର ଅଧିକାରୀ ଓ ବିଧାୟକଙ୍କୁ ସହଯୋଗ କରିଥିଲେ।

ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ଓଡିଶା ବିକାଶ ପରିଷଦ ତୀବ୍ର ବିରୋଧ କରିଛି ।  ଓଡ଼ିଶା ବିକାଶ ପରିଷଦର ଟିମ୍ କୋଟିଆ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଆନ୍ଧ୍ର ସମସ୍ତ ଆଇନକୁ ଅବମାନନା କରି କୋଟିଆରେ ପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରି କୋଟିଆକୁ ହାତେଇବାକୁ ଉଦ୍ୟମ କରିଛି। ରାଜ୍ୟ ସରକାର ତୁରନ୍ତ କୋଟିଆର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଓଡିଶା ବିକାଶ ପରିଷଦ ଦାବି କରିଛି ।

   Related Posts