ନ୍ୟାୟାଳୟ ପ୍ରତି ଅପମାନଜନକ ଟିପ୍ପଣୀ: ଓ୍ଵାଇଏସଆର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇକୁ ଆଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | October 12, 2020 IST

ହାଇଦ୍ରାବାଦ ୧୨।୧୦: ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ ସୋମବାର କେନ୍ଦ୍ରୀୟ ଅନ୍ଵେଷଣ ବ୍ୟୁରୋ(ସିବିଆଇ)କୁ ସାମାଜିକ ଗଣମାଧ୍ୟମରେ ଅପମାନଜନକ ଟିପ୍ପଣୀ ଓ ରାଜ୍ୟ ନ୍ୟାୟାପାଳିକା ବିରୋଧରେ  ଓ୍ଵାଇଏସଆର କଂଗ୍ରେସ ପାର୍ଟିର ନେତାଙ୍କ ଦ୍ଵାରା ଅପମାନଜନକ ମନ୍ତବ୍ୟର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି।

ବିଚାରପତି ରାକେଶ କୁମାର ଓ ବିଚାରପତି ଜେ ଉମା ଦେବୀଙ୍କ ଖଣ୍ଡପୀଠ ଏହା ଦେଖିଲେ ଯେ, ରାଜ୍ୟ ପୋଲିସର ଅପରାଧ ଯାଞ୍ଚ ବିଭାଗ(ସିଆଇଡି) ନ୍ୟାୟପାଳିକା ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିବା ଲୋକଙ୍କ  ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ କୋର୍ଟ ସିବିଆଇକୁ ଆଦେଶ ଦେଇଛି।

ପୀଠ ସିବିଆଇକୁ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଏବଂ ଆଠ ସପ୍ତାହ ଭିତରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଅକ୍ଟୋବର ୮ରେ ରେଜିଷ୍ଟାର ଜେନେରାଲ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଚାରପତିଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ଉପରେ ସିଆଇଡି କୌଣସି ପଦକ୍ଷେପ ନେଇ ନାହିଁ।

ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ଲକ୍ଷ୍ମୀ ନାରାୟଣଙ୍କ ଅନୁଯାୟୀ ଅଦାଲତ ଦେଖିଲେ ଯେ, ସିଆଇଡି କିଛି ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। କିନ୍ତୁ ୯୦ରୁ ଅଧିକ ଲୋକ ରାଜ୍ୟ ସରକାରଙ୍କ ବିରୋଧରେ ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି।

ସିଆଇଡି ଫେସବୁକ, ଟ୍ଵିଟର ଓ ଇନଷ୍ଟାଗ୍ରାମ ପରି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଅପମାଜନକକ ମନ୍ତବ୍ୟକୁ ହଟାଇବାରେ ମଧ୍ୟ ବିଫଳ ହୋଇଛି। ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଇଥିବା ଓ୍ଵାଇଏସଆରସି ନେତାଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହିଁ।

ଶୁଣାଣି ସମୟରେ ଖଣ୍ଡପୀଠ ବାଚସ୍ପତି ତାମିନେନି ସୀଥାରାମ, ଉପ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ଵାମୀ, ସାଂସଦ ବିଜୟସାଇ ରେଡ୍ଡୀ ଏବଂ ଏନ ସୁରେଶ ଏବଂ ପୂର୍ବତନ ବିଧାୟକ ଅମଞ୍ଚି କୃଷ୍ଣମୋହନଙ୍କ ସହିତ ଅନେକ ନ୍ୟାୟପାଳିକା ବିରୋଧରେ ଅପମାନଜକ ଶବ୍ଦ ପ୍ରୟୋଗ କରିଥିବା ଦେଖିବାକୁ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.