ଓଡିଶା ସୀମାବର୍ତ୍ତୀ ଆନ୍ଧ୍ରରେ ମାଓ ଏନକାଉଣ୍ଟର, ୫ ମାଓବାଦୀ ନିହତ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର୍ର ଜବତ

Published By : Prameya-News7 Bureau | September 22, 2019 IST

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ-ଓଡିଶା ସୀମାବର୍ତ୍ତି ବିଶାଖାପାଟଣାର ଗୁଡେନକୋତାଭେଡି ଜଙ୍ଗଲରେ ରବିବାର ଗ୍ରେହାଉଣ୍ଡ ଫୋର୍ସ ସହ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଫଳରେ ଗ୍ରେହାଉଣ୍ଡ ଗୁଳିରେ ୫ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଖସି ପଳାଇଛନ୍ତି। ଆନ୍ଧ୍ର ଗ୍ରେହାଉଣ୍ଡ ଫୋର୍ସ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରଖିଛି।

{"id":161026}

ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ସମ୍ପର୍କରେ ସୂଚନା ପାଇ ଗ୍ରେହାଉଣ୍ଡ ଫୋର୍ସ ତଲାସୀ ଅଭିଯାନ ଚଳାଇଥିବା ବେଳେ ମାଓବାଦୀ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ଗ୍ରେହାଉଣ୍ଡ ଏହାର ଜବାବ ଦେଇଥିଲା। ଉଭୟ ପକ୍ଷରୁ ଗୁଳିବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁହୋଇଥିବା ବେଳେ ଜଙ୍ଗଲରେ ସେମାନଙ୍କ କ୍ୟାମ୍ପକୁ ଠାବ କରାଯାଇଛି। କ୍ୟାମ୍ପରୁ ଫୋର୍ସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.