ଆନ୍ଧ୍ର ନଜରରେ ଏବେ ଓଡିଆ ଛାତ୍ରଛାତ୍ରୀ, କୋଟିଆରେ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଦେବ ଆନ୍ଧ୍ର
25/11/2020 at 9:30 AM

ଜୟପୁର ୨୫।୧୧: ଆନ୍ଧ୍ର ନଜରରେ ଏବେ ସୀମାନ୍ତ ଓଡିଶାର ଛାତ୍ରଛାତ୍ରୀ । ବିବାଦୀୟ କୋଟିଆର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଦେବ ଆନ୍ଧ୍ର । ତେଣୁ କୋଟିଆରେ ଘର ଘର ବୁଲୁଛନ୍ତି ସର୍ଭେ କରୁଛନ୍ତି ଆନ୍ଧ୍ରର ଶିକ୍ଷକ । ମଙ୍ଗଳବାର କୋଟିଆର ତଳ ଗଞ୍ଜେଇ ପଦରରେ ଆନ୍ଧ୍ରର ଶିକ୍ଷକମାନେ ୩୩ ଜଣ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ସରେ ତଥ୍ୟ ସଂଗ୍ରହ କରିଥିବା ବେଳେ କୋଟିଆ ପଞ୍ଚାୟତର ଅନ୍ୟ ଗାଁଗୁଡିକରୁ ମଧ୍ୟ ଛାତ୍ରଛାତ୍ରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବେ ବୋଲି ସର୍ଭେ କରୁଥିବା ଶିକ୍ଷକ କହିଛନ୍ତି ।
ଆନ୍ଧ୍ରର ସ୍କୁଲରେ ନାଁ ଲେଖାଇଲେ ପ୍ରତି ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ବାର୍ଷିକ ୧୫ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । କୋଟିଆରେ ଓଡିଶା ସରକାରଙ୍କ ତରଫରୁ ସ୍କୁଲ ଖୋଲା ଯାଇଥିଲେ ବି ଆନ୍ଧ୍ର ଏଠାରେ ଅସ୍ଥାୟୀ ସ୍କୁଲ ଖୋଲିଛି । ତେବେ ଆନ୍ଧ୍ର ଏଠାକାର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଦେଇ ପ୍ରଲୋଭିତ କରୁଥିବାରୁ ଏଠାକାର ଓଡ଼ିଆ ଭାଷା ନେଇ ଏବେ ସଙ୍କଟ ଦେଖାଦେଇଛି । କାରଣ ଷ୍ଟାଇପେଣ୍ଡ ପାଇଁ ଛାତ୍ରଛାତ୍ରୀ ଏବେ ଓଡିଆ ଛାଡି ତେଲୁଗୁ ପଢୁଛନ୍ତି ।