Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୁଣି ଆନ୍ଧ୍ରର ଦାଦାଗିରି, ଗୁଡିଖୋଳା​‌ରେ କାନ୍ଥରେ ଲଗାଇଲା ଜନ ମଙ୍ଗଳକାରୀ ଯୋଜନା ପୋଷ୍ଟର

13/11/2021 at 4:00 PM

ବ୍ରହ୍ମପୁର ୧୩/୧୧ : ପୁଣି ଆନ୍ଧ୍ରର ଦାଦଗିରି । ବିଭିନ୍ନ ଯୋଜନାରେ ସୀମାନ୍ତବର୍ତ୍ତୀ ଗାଁର ଲୋକମାନଙ୍କୁ କରୁଛି ପ୍ରଲୋଭିତତ । ଆନ୍ଦ୍ର-ଓଡ଼ିଶା ସୀମାନ୍ତରେ ଥିବା, ଗୁଡ଼ିଖୋଳାରେ ଦେଖିବାକୁ ମିଳିଛି ଆନ୍ଧ୍ର ଦାଦାଗିରିର ଚିତ୍ର। ୨୦୨୧-୨୨ କଲ୍ୟାଣ କ୍ୟାଲେଣ୍ଡର ନାମରେ ଓଡ଼ିଶା ଲୋକଙ୍କୁ କରୁଛି ପ୍ରଲୋଭିତ। ଆନ୍ଧ୍ର କଲ୍ୟାଣ କ୍ୟାଲେଣ୍ଡର, ଗୁଡିଖୋଳା ଗାଁର ପ୍ରତ୍ୟେକ ଘରର କାନ୍ଥରେ ଛାପି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚଳେଇଛି ଷଡଯନ୍ତ୍ର । କଲ୍ୟାଣ କ୍ୟାଲେଣ୍ଡରରେ  ଆନ୍ଦ୍ର ସରକାରଙ୍କ  ପ୍ରତ୍ୟେକ ଲାଭବାନ ଯୋଜନା ଏବଂ ଯୋଜନାର ୨୮ଟି ପଏଣ୍ଟ ଉଲ୍ଲେଖ ରହିଛି ।

ଏମିତି କି ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ, ମେଡ଼ିକାଲ ସହ ମଦ୍ୟପାନ, କୃଷି, ସାଧାରଣ ସମସ୍ୟା ପାଇଁ ମଧ୍ୟ ଜାରି କରିଛି ଟୋଲ ଫ୍ରି ନମ୍ବର। ପ୍ରତିଘରର କାନ୍ଥରେ ଲାଗିଥିବା ବିଭିନ୍ନ ଯୋଜନାର ୨୮ଟି ପଏଣ୍ଟ ଉଲେଖ କରିବା ସହ କେଉଁ ମାସରେ କେଉଁ ଯୋଜନାର ଟଙ୍କା ମିଳିବ ତାହା ମଧ୍ୟ ଉଲ୍ଲେଖ କରିଛି। ଓଡ଼ିଶାର ଗାଁ ହୋଇ ଓଡ଼ିଶାର ସରକାରୀ ଅଧିକାରୀଙ୍କ ପାଦ ପଡୁନି କିନ୍ତୁ ଆନ୍ଧ୍ରର ବାବୁମାନେ ବାରମ୍ବାର ଆସୁଛନ୍ତି ଏବଂ ଲୋକଙ୍କ ସମସ୍ୟା ବୁଝୁଛନ୍ତି ବୋଲି ସେଠାକାର ବାସିନ୍ଦା ।

ସୂଚନାଯୋଗ୍ୟ, ୩ ଦିନ ପୂର୍ବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସୀମା ବିବାଦ ସହ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କରିଥିଲେ ଜଗନ । କିନ୍ତୁ ଫଳାଫଳ ଶୂନ । ସୀମାନ୍ତ ଅଞ୍ଚଳରେ ପୂର୍ବଭଳି ଦାଦାଗିରି ଜାରି ରଖିଛି ଆନ୍ଧ୍ର ପ୍ରଦେଶ ।

   Related Posts