Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଓଡ଼ିଶା ଆଖୁରେ ଆନ୍ଧ୍ର ମାଲାମାଲ: ସରକାରଙ୍କ ନାଲି ଫିତା ତଳେ ପଡି ରହିଛି ପ୍ରସ୍ତାବିତ ଚିନିକଳ

3/02/2020 at 4:44 PM

କୋରାପୁଟ୩/୨: ଓଡିଶାର ଆଖୁ ହେଲେ ମାଲାମାଲ ହେଉଛି ଆନ୍ଧ୍ର ।କାରଣ ଏଠାରେ ଆଖୁ ଚାଷ ହେଉଥିଲେ ବି ଆବଶ୍ୟକ ଚିନି କଳ ନଥିବାରୁ ଆନ୍ଧ୍ର ଚିନି କଳ ଉପରେ ନିର୍ଭର କରୁଛନ୍ତି କୋରାପୁଟ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ଶହ ଶହ ଆଖୁ ଚାଷୀ। ଆଉ ବିକଳ୍ପ ବଜାର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଶାଗ ମାଛ ଦରରେ ଆଖୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ। ପ୍ରତିଦିନ କୋରାପୁଟ ଜିଲ୍ଲାରୁ ଏବେ ଶହ ଶହ ଟ୍ରକ ଆଖୁ  ଆନ୍ଧ୍ର ଚାଲାଣ ହେଉଥିବା ବେଳେ ସରକାରଙ୍କ ନାଲି ଫିତା ତଳେ ପଡି ରହିଛି ପ୍ରସ୍ତାବିତ ଚିନି କଳ।

ନାଲି ଫିତା ତଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଚିନି କଳ। ଘୋଷଣାର ୫ ବର୍ଷ ପରେ ବି କୋରାପୁଟ କିମ୍ବା ପଡୋଶୀ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହୋଇ ପାରିନି ଚିନି କଳ। ଫଳରେ ଏହି ଦୁଇ ଜିଲ୍ଲାର ଆଖୁ ଚାଷୀ ଶାଗ ମାଛ ଦରରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବ୍ୟବସାୟୀଙ୍କୁ ଆଖୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।ଆଉ କମ ଦରରେ ଆଖୁ ଏଠାକୁ କିଣି ମାଲାମାଲ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ।କୋରାପୁଟ ଜିଲ୍ଲାର ଆମ୍ବାଗୁଡା, ବୋରିଗୁମ୍ମା,କୁନ୍ଦୁରା,ଅନ୍ତା ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲାରେ ହଜାରେରୁ ଅଧିକ ଏକର ଜମିରେ ଆଖୁ ଚାଷ ହେଉଛି। ହେଲେ ସ୍ଥାନୀୟ ଅଂଚଳରେ ବିକ୍ରି ପାଇଁ ବଜାର ନଥିବାରୁ ଉତ୍ପାଦିତ ଆଖୁରୁ ଗୁଡ ପ୍ରସ୍ତୁତ କରୁଛନ୍ତି ଚାଷୀ ।ହେଲେ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ପାରୁନି। ତେଣୁ ଏଠାରେ ତୁରନ୍ତ ଚିନି କଳ କରିବାକି ଦାବି କରିଛନ୍ତି ଚାଷୀ।

ଆଖୁ ଚାଷ ମାଧ୍ୟମରେ ପରୋକ୍ଷରେ ଓ ପ୍ରତ୍ୟକ୍ଷରେ ଅନେକ ସ୍ଥାନୀୟ ଶ୍ରମିକ ରୋଜଗାରକ୍ଷମ ହୋଇ ପାରୁଛନ୍ତି। ଆଖୁ ଚାଷଠାରୁ ଆରମ୍ଭ କାଟିବା ପର୍ଯ୍ୟନ୍ତ ପୁରା ବର୍ଷେ ଲାଗିଥାଏ।ତେଣୁ ଚିନି କଳ ଏଠାରେ ପ୍ରତିଷ୍ଠା କଲେ ଆହୁରି ଅଧିକ ଚାଷୀ ଆଖୁ ଚାଷ ପ୍ରତି ଆକୃଷ୍ଟ ହୋଇ  ପାରନ୍ତେ। ସେପଟେ ପଡୋଶୀ ଆନ୍ଧ୍ରରେ ଚିନି କଳ ତୁଳନାରେରେ କମ ଆଖୁ ଉତ୍ପାଦନ ହେଉଛି । ତେଣୁ ଓଡିଶାରେ ଚିନି କଳ ନଥିବାରୁ ସୋନଙ୍କୁ ବେଶ୍ ସୁହାଉଛି । ତେଣୁ ପ୍ରତିଦିନ ଆନ୍ଧ୍ରକୁ ବୁହା ହେଉଛି ଶହ ଶହ ଟ୍ରକ ଆଖୁ ।

   Related Posts