Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆନ୍ଧ୍ରର ପୁଣି ଦାଦାଗିରି: ଓଡିଶାରେ ପଶିଲେ ଅଧିକାରୀ ଓ ବିଧାୟକ, ଖୋଲିଲେ ସିଲ୍‌ ହୋଇଥିବା ଅଙ୍ଗନବାଡ଼ି

9/09/2021 at 1:07 PM

ଗଜପତି ୦୯।୦୯: ପୁଣି ସାମ୍ନାକୁ ଆସିଲା ଆନ୍ଧ୍ରର ଦାଦାଗିରି।  ଓଡ଼ିଶା ସୀମାରେ ପଶିଲା ଆନ୍ଧ୍ର। ଦୁଇଦିନ ତଳେ ସିଲ୍ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଖୋଲିଲା ଆନ୍ଧ୍ର ପ୍ରଶାସନ । ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାହାକୁ ସିଲ୍ କରାଯାଇଥିଲା ।

ତେବେ ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ସେଠାରେ ପକାଯାଉଥିବା ତାହାକୁ ଭାଙ୍ଗିଥିବା ବେଳେ ଆଜି ସେଠାରେ ପିଲାଙ୍କ ପାଠ ପଢା ଜାରି ରହିଛି ଏବଂ ଅଣ୍ଡା ମଧ୍ୟ ବଣ୍ଟନ କରାଯାଇଛି । ଆଜି ସଂପୃକ୍ତ ଅଞ୍ଚଳରେ ଆନ୍ଧ୍ରର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେହି ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।  ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ପଡୋଶୀ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି ।

   Related Posts