Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ବଢିଚାଲିଛି ଦାଦାଗିରି : ଆନ୍ଧ୍ରନେତାଙ୍କ ଓଡ଼ିଶା ବିରୋଧୀ ରାଲି, ଓଡ଼ିଶାକୁ ଇଞ୍ଚେ ଜାଗା ନ ଛାଡ଼ିବାକୁ ନାରା ଓଡିଶା ପ୍ରଶାସନ ପାଲଟିଛି ନିଦା ବିଷ୍ଣୁ

16/11/2020 at 2:31 PM

ଜୟପୁର ୧୬।୧୧: ଦିନକୁ ଦିନ ସୀମାବର୍ତ୍ତୀ ଗାଁଅଗୁଡ଼ିକରେ ବଢୁଛି ଆନ୍ଧ୍ରର ଦାଦାଗିରି। । ସୀମାନ୍ତ ୪ଟି ଗାଁରେ ଆନ୍ଧ୍ରର ନେତା ଆରଆଇ ଅମିନ ପ୍ଲାକାର୍ଡ ଧରି ରାଲି କରିଛନ୍ତି। ଆନ୍ଧ୍ରର ନେତା ସରକାରୀ ଅଧିକାରୀ ଓଡ଼ିଶାର ୪ଟି ଗାଁରେ ରାଲି କରିଥିବା ବେଳେ ଓଡ଼ିଶାର ପ୍ରଶାସନ କିନ୍ତୁ ନିଦା ବିଷ୍ଣୁ ପାଲଟିଛି।

ଆନ୍ଧ୍ର ଦାଦାଗିରି କରୁଛି ଓଡ଼ିଶା ପ୍ରଶାସନ ଜାଣି ଅଜଣା, ଶୁଣି ଅଶୁଣା । ଏବେ ପୁଣି ସୀମାନ୍ତର ୪ଟି ଗାଁରେ ଆନ୍ଧ୍ର ନେତା, ସରକାରୀ ବାବୁ ରାଲି କରିଛନ୍ତି ପ୍ଲାକାର୍ଡ ଧରି ଓଡ଼ିଶାକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଓଡ଼ିଶାକୁ ଇଞ୍ଚେ ଜାଗା ଛାଡ଼ିବୁନି ଦେଇଛନ୍ତି ଧମକ। ସ୍ଥାନୀୟ ଲୋକେ ଚୁପ ହୋଇ ଦେଖଣାହାରୀ ସାଜିଛନ୍ତି ଏବଂ ଗାଁ ଭିତରେ ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଯାଇଥିଲା ରାଲି। ୧୫ ଦିନ ହେଲାଣି ଏମିତି ଚାଲିଛି। ଆନ୍ଧ୍ର ଓଡ଼ିଶା ସୀମାରେ ପଶି ମନମାନି ଚଳାଇଛି। ଚୀନ ଭଳି ବିସ୍ତାରବାଦ ଚଳାଇଛି ଆନ୍ଧ୍ର ପ୍ରଶାସନ ।

କୋରାପୁଟ ପଟ୍ଟାଙ୍ଗି ବ୍ଲକ ସମ୍ବାଇ ଗ୍ରା ପଞ୍ଚାୟତର ସୁନେବେଡ଼ା ଗାଁକୁ ନେଇ ବିବାଦ ଲାଗି ରହିଛି । ଆନ୍ଧ୍ର ପ୍ରଶାସନ ଓଡ଼ିଶା ସୀମା ଡେଇଁ ଫଳକ ପୋତି ଚାଲିଯାଇଥିଲା। ଯାହାକୁ ସୁନାବେଡ଼ା ଗ୍ରାମବାସୀ ବିରୋଧ କରିଥିଲେ। ଏନେଇ ପଞ୍ଚାୟତ ପକ୍ଷରୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲା । ଫଳରେ ଉପଜିଲ୍ଲାପାଳ ଲଳିତ କୁମାର କଅଁର କିଛି ଅଧିକାରୀଙ୍କୁ ନେଇ ଏସବୁ ଫଲକକୁ ଭାଙ୍ଗି ଓଡ଼ିଶାର ଫଳକ ଲଗାଇଥିଲେ।

୨୪ ଘଣ୍ଟାରେ ଆନ୍ଧ୍ରର କିଛି ଲୋକ ଏହି ଫଳକକୁ ଭାଙ୍ଗିଦେବା ସହ ପଥର ପକାଇ ରାସ୍ତା ଅବରୋଧ କରି ରଖିଛନ୍ତି । ଏହି ରାସ୍ତା ଅବରୋଧ ଏବେବି ଜାରି ରହିଛି। ରାସ୍ତା ଅବରୋଧ ହଟାଇବାକୁ ସମ୍ବାଇ ସରପଞ୍ଚ ପିଲକ ଗୁଣ୍ଡା ଘଟଣାସ୍ଥଳକୁ ଯାଇଥିବା ବେଳେ ଏହି ସମୟରେ ଆନ୍ଧ୍ରର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ଏନେଇ ସରପଞ୍ଚ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ହେଲେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ଯାହାକି ଆନ୍ଧ୍ର ପ୍ରଶାସନ ଏବଂ ନେତାଙ୍କୁ ସୁହାଇଛି। ଏବେ ପୁଣି ଆନ୍ଧ୍ରର ସରକାରୀବାବୁ, ନେତା ଓ କିଛି ଲୋକ ଓଡ଼ିଶାର ଗାଁ ଭିତରେ ରାଲି କରିଛନ୍ତି ।

   Related Posts