ରାୟଗଡାରେ ଆନ୍ଧ୍ର ହାତୀ ପଲ: ଅଘଟଣ ଆଶଙ୍କାରେ ବିଦ୍ୟୁତ ସଂଯୋଗ ବନ୍ଦ
6/01/2019 at 11:38 AM

ରାୟଗଡା ୬/୧ : ରାୟଗଡା ଜିଲ୍ଲାରେ ଦେଖାଦେଇଛି ହାତୀ ପଲ। ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମରେ ଏହି ହାତୀ ପଲ ଵୁଲୁଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟର କୁନେରୁ ଗ୍ରାମରେ ଏହି ହାତୀପଲ ଦେଖାଦେଇଥିଲେ। ଆନ୍ଧ୍ର ଵନ ବିଭାଗ ହାତୀ ପଲକୁ ଘଉଡାଇବାରୁ ୭ ରହିଥିବା ଏହି ହାତୀପଲ ଓଡିଶା ଆଡକୁ ମୁଁହାଇଥିଲେ।

ବର୍ତ୍ତମାନ ଏହି ହାତୀପଲ କେରେଡା, ଅନିଜା, ଏମ୍ପଲଵାଲସା ଗ୍ରାମ ନିକଟରେ ଥିବା ଜଣାପଡିଛି। ଫଳରେ ସାଉଥକୋ ପକ୍ଷରୁ ଵିଦ୍ୟୁତ ସଂଯୋଗ ବନ୍ଦ କରାଯାଇଛି। ହାତୀପଲ ପଶି ଆସିବା ଦ୍ବାରା ଲୋକେ ଭୟଭୀତ ହୋଇପଡିଛନ୍ତି। ନାଗାବଳୀ ନଦୀ କୂଳରେ ମଧ୍ୟ ଵୁଲୁଥିବା କେରେଡା ସରପଞ୍ଚ ସୂଚନା ଦେଇଛନ୍ତି। ଏହି ହାତୀପଲ ଵ୍ୟାପକ ଫସଲ ନଷ୍ଟ କରିଛନ୍ତି।

Related Posts
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021
ଭଦ୍ରକ : ବସନ୍ତ ଉତ୍ସବ ପାଳିତ
28 February 2021