ଦୁଇ ଝିଅଙ୍କୁ ଆନ୍ଧ୍ର ଦମ୍ପତିଙ୍କ ହତ୍ୟା ମାମଲା: କୋଭିଡ୍‌ ଟେଷ୍ଟ ପାଇଁ ମନା କଲା ଅଭିଯୁକ୍ତ ମା’, କହିଲା- ‘ମୁଁ ଶିବ, ମୋ ପାଖରୁ ଜନ୍ମ ନେଇଛି କରୋନା ଭୂତାଣୁ’

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧: କଳିଯୁଗ ଶେଷ ହେବ ଆଉ ସତ୍ୟଯୁଗ ଆସିଆ। ଦୁଇ ଝିଅ ଜୀବନ ପାଇବେ। ଏହି ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଥିଲା। ପ୍ରିନ୍ସିପାଲ ଦମ୍ପତି ନିଜର ଦୁଇ ବଢ଼ିଲା ଝିଅଙ୍କୁ ହତ୍ୟା କରିବା ସହ ଶବ ଜୀଇଁ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଶେଷରେ ପୋଲିସ ଆସି ଅଭିଯୁକ୍ତ ପଦ୍ମଜା ଓ ସ୍ବାମୀ ପୁରୁଷୋତ୍ତମ ନାଇଡୁକୁ ଗିରଫ କରିଥିଲା। ଅଭିଯୁକ୍ତ ଦମ୍ପତିଙ୍କୁ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ପୋଲିସ ଗିରଫ କରିବା ପରେ ଅଭିଯୁକ୍ତଙ୍କ କରୋନା ଟେଷ୍ଟ ପାଇଁ ନେଇଥିଲା। କିନ୍ତୁ ଟେଷ୍ଟ କରାଇବାକୁ ମନା କଲେ ଅଭିଯୁକ୍ତ ମହିଳା।

କରୋନା ଟେଷ୍ଟ କରାଇବାକୁ ମନା କରିବା ସହ ସେ ଭଗବାନ ଶିବ ଏବଂ କରୋନା ଭାଇରସ୍‌ ତାଙ୍କ ଶରୀରରୁ ଜନ୍ମ ନେଇଥିବା ଅଭିଯୁକ୍ତ ମହିଳ ଦାବି କରିଛି। ୫୦ ବର୍ଷୀୟା ପଦ୍ମଜା ଏବଂ ତାର ସ୍ବାମୀ ୫୫ ବର୍ଷୀୟ ପରୁଷୋତ୍ତମଙ୍କୁ ମଙ୍ଗଳବାର ପୋଲିସ କରୋନା ପରୀକ୍ଷା କରାଇବାକୁ ହସ୍ପିଟାଲ୍‌ ନେଇଥିଲା। ସେଠାରେ ପଦ୍ମଜା କରୋନା ଟେଷ୍ଟ କରାଇବାକୁ ମନା କରିବା ସହ ଏଭଳି ଅନ୍ଧବିଶ୍ବାସର କଥା କହିଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟକର୍ମୀଙ୍କୁ ପଦ୍ମଜା କହିଥିଲା, ‘ମୁଁ ଶିବ। କରୋନା ମୋ ଶରୀରରୁ ଜନ୍ମ ନେଇଛି। ଭ୍ୟାକସିନ୍‌ ବିନା କରୋନା ମହାମାରୀ ମାର୍ଚ୍ଚରେ ଶେଷ ହୋଇଯିବ। ମୋ ତଣ୍ଟିରେ ହଳାହଳ ଅଛି। ମୋର କରୋନା ପରୀକ୍ଷା କରିବା କିଛି ଦରକାର ନାହିଁ।’ ତେବେ ପଦ୍ମଜା ଜଣେ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଆଇଆଇଟି ପାଇଁ ପିଲାଙ୍କୁ କୋଚିଂ ଦେଉଛନ୍ତି। ସେପଟେ ବହୁ ଅନୁରୋଧ ପରେ ପଦ୍ମଜାର ସ୍ବାମୀ ପୁରୁଷୋତ୍ତମ କରୋନା ଟେଷ୍ଟ କରାଇବାକୁ ରାଜି ହୋଇଥିଲା। ଏବେ ପୋଳିସ କରୋନା ରିପୋର୍ଟ ପାଇଁ ଅପେକ୍ଷା କରିଥିବା ଜଣାପଡ଼ିଛି।

wp:embed {"url":"http://www.prameyanews7.com/principal-couple-and-satya-yoga-story-viral-police-arrested-them/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/principal-couple-and-satya-yoga-story-viral-police-arrested-them/
/wp:embed

ସୂଚନାଯୋଗ୍ୟ, ନିଜର ଦୁଇ ବଢ଼ିଲା ଝିଅଙ୍କୁ ପ୍ରିନ୍ସିପାଲ ଦମ୍ପତି ହତ୍ୟା କରିଥିଲେ। ଏହି ଘଟଣା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଘଟିଥିଲା। ଜାନୁଆରୀ ୨୪ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମା ଓ ବାପାକୁ ପୋଲିସ ଗିରଫ କରିଛି। ମୃତକ ଭଉଣୀ ହେଲେ ଅଲେକ୍ଷା ଓ ସାଇ ଦିବ୍ୟା।। ଗିରଫ ପରେ ଅଭିଯୁକ୍ତ ଦମ୍ପତି କହିଥିଲେ, ସୂରୂଜ ଉଇଁଲେ ତାଙ୍କ ଝିଅ ଜୀଇଁ ଉଠିବେ। କଳିଯୁଗ ଶେଷ ହେଉଥିବା ବେଳେ ସୋମବାର(ଜାନୁଆରୀ ୨୫) ସତ୍ୟଯୁଗ ଆରମ୍ଭ ହେବ ଏବଂ ସେମାନଙ୍କ ଦୁଇ ଝିଅ ଜୀବିତ ହୋଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.