ପକ୍ଷୀ ପ୍ରେମ : ଶୁଆକୁ ଖୋଜିବା ପାଇଁ ବାଣ୍ଟିଲେ ୫୦୦୦ପମ୍ପଲେଟ୍

Published By : Prameya-News7 Bureau | June 15, 2019 IST

ଗାନ୍ଧୀନଗର ୧୫/୬: ମଣିଷ ଏବଂ ପକ୍ଷୀଙ୍କ ସମ୍ପର୍କ ଅତ୍ୟନ୍ତ ପୁରୁଣା ଏବଂ ଗଭୀର ରହିଆସିଛି। ପକ୍ଷୀଙ୍କର ଅନୁପସ୍ଥିତି ମଣିଷଙ୍କୁ ବିଚଳିତ କରି ଦେଇଥାଏ। ଗାନ୍ଧୀନଗରର ସେକ୍ଟର ୭ରେ ରହୁଥିବା ଜଣେ ଯୁବକଙ୍କ ଶୁଆ କେଉଁଆଡ଼େ ଉଡ଼ିଯାଇଥିଲା। ଏଥିପାଇଁ ଯୁବକ ଜଣକ ୫ହଜାର ପମ୍ପଲେଟ୍ ଛାପି ବାଣ୍ଟିଥିଲେ ଯେଉଁଥିରେ ସେ ଶୁଆକୁ ଖୋଜି ଆଣିବା ବ୍ୟକ୍ତିଙ୍କୁ ଉପହାର ଦେବାର ଘୋଷଣା କରିଛି।

ଶୁଆର ମାଲିକ ଜଣେ ବ୍ୟବସାୟୀଙ୍କ ନାଁ ରାଜ ଚୈାଧୁରୀ। ସେ ଜଣେ ବ୍ୟବସାୟୀ। ତାଙ୍କର ଜଣେ ବନ୍ଧୁ ତାଙ୍କୁ ଆଫ୍ରିକାନ ଗ୍ରେ ପ୍ୟାରଟ୍ ଉପହାର ଦେଇଥିଲେ। ସେହି ଶୁଆର ନାଁ ରଖାଯାଇଥିଲା ‘ରାଧେ’। ତାକୁ କେବଳ ୩ମାସ। ୪୦ଦିନ ଯାଏଁ ଏହି ଶୁଆ ରାଜଙ୍କ ପାଖେ ରହିଥିଲା। ଏହା ମଧ୍ୟରେ ଶୁଆ ସହ ତାଙ୍କର ଭାବନତ୍ମେକ ସମ୍ପର୍କ ସ୍ଥାପନ ହୋଇଥିଲା। ଜୁନ ୧୦ତାରିଖରେ ତାଙ୍କ ଶୁଆ ହଠାତ୍ କେଉଁଆଡ଼େ ଉଡ଼ି ଯାଇଥିଲା। ଏହାପରେ ରାଜ ଭାଙ୍ଗି ପଡ଼ିଥିଲେ। ସେ ୫ହଜାର ପମ୍ପଲେଟ୍ ଛାପି ବାଣ୍ଟି ଦେଇଥିଲେ। ସେ ଏଥିରେ ଶୁଆକୁ ଖୋଜି ଆଣିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏପରି ଜଣେ ପକ୍ଷୀ ପ୍ରେମୀ ବିଷୟରେ ଜାଣି ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.