ଅନ୍ଧବିଶ୍ୱାସର ଭୟଙ୍କର ରୂପ : ଯୁବକକୁ ଘରୁ ଘୋଷାରି ଆଣି ଜବରଦସ୍ତ ଗରମପାଣିରେ ବୁଡାଇଦେଲେ ହାତ , ତା ପରେ ପିଟିଲେ

Published By : Prameya-News7 Bureau | June 21, 2020 IST

ରଣପୁର ୨୧।୦୬: ବିଜ୍ଞାନ ଯୁଗରେ ଏବେ ବି ଗୁଣି ଗାରେଡିର ପ୍ରଭାବ ରହିଥିବା ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ  ଶନିବାର ରାତିରେ ଏହିପରି ଏକ ଅଭାବନୀୟ ଘଟଣା ଘଟିଥିବା  ଦେଖିବାକୁ ମିଳିଛି ।

ଗୁଣି ଗାରେଡି ସନ୍ଦେହରେ ଭଳିଆମାଳ ଗାଁର ଜଣେ ଯୁବକଙ୍କୁ ଗ୍ରାମବାସୀମାନେ ଘରୁ ଘୋଷାରି ଆଣିଥିଲେ । ଗାଁ ଠାକୁରାଣୀଙ୍କ ପାଖରେ ଚୁଲିରେ ବସିଥିବା ହଣ୍ଡାରେ ଫୁଟୁଥିବା ଗରମ ପାଣିରେ ଜବରଦସ୍ତି  ହାତକୁ ବୁଡାଇ ଦେଇଥିଲେ । ଯୁବକ ଜଣଙ୍କ କଷ୍ଟରେ ଚିତ୍କାର କରିଥିଲେ ମଧ୍ୟ ଗ୍ରାମବାସୀମାନେ ତାର କଷ୍ଟକୁ କର୍ଣ୍ଣପାତ କରିନଥିଲେ । ଏତିକିରେ  ଗ୍ରାମବାସୀଙ୍କ ରାଗ ଶାନ୍ତ ହୋଇନଥିଲା । ହାତକୁ ଫୁଟନ୍ତା ପାଣିରେ ପୋଡିବା ପରେ  ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ । ଫଳରେ ଯୁବକ ଜଣଙ୍କ ହାତ ପୋଡି ଯାଇ ଫୋଟକା ଉଠି ଯାଇଛି । ଯୁବକ ଜଣକ ହେଲେ ବସନ୍ତ ଦିହୁରି, ବୟସ – ୪୫ ବର୍ଷ  ।  ସେଠାରୁ ଯୁବକଙ୍କୁ ପରିବାର ଲୋକେ  ଉଦ୍ଧାର କରି ରଣପୁର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣି ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.