ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାଇ : ମୃତକକୁ ବଞ୍ଚାଇବାକୁ ରାତି ତମାମ ଚାଲିଲା ପୂଜାପାଠ, ଢଳାଗଲା ଗରା ଗରା ପାଣି

Published By : Prameya-News7 Bureau | April 05, 2021 IST

ନୟାଗଡ଼ ୦୫।୦୪: ମୃତକକୁ ବଞ୍ଚାଇବାକୁ ତାରି ତମାମ ଚାଲିଲା ପୂଜାପାଠ । ଠାକୁରଙ୍କ ଆଗରେ ମୃତ ଦେହ ରଖି ଢଳାଗଲା ଗରା ଗରା ପାଣି । ନୟାଗଡ ଜ଼ିଲ୍ଲା ଶରଣକୁଳ ଥାନା ବରସାହି ଗାଁର ଘଟିଛି ଏପରି ଘଟଣା । ମୃତ ଦେହକୁ ଦଣ୍ଡ ଠାକୁରଙ୍କ ସାମ୍ନାରେ ଶୁଆଇ ତାଙ୍କ ଉପରେ ଗରାଗରା ପାଣି ଢଳାଯାଉଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲେ ପୋଷ୍ଟମର୍ଟମ ପରେ ଲୋକେ ମୃତ ଦେହ ଠାକୁରଙ୍କ ସାମ୍ନାରେ ରଖି ବଞ୍ଚାଇବାକୁ ଚେଷ୍ଟା କରିବା । ବିଜ୍ଞାନ ଯୁଗରେ ଏବେ ସୁଦ୍ଧା ଅନ୍ଧ ବିଶ୍ୱାସ ଦୂର ହୋଇନି ଇଏ ତାର ଆଉ ଏକ ପ୍ରମାଣ ।

{"id":433176,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ଦୁଇଦିନ ତଳେ ସିଙ୍ଗlରପୁର ଗାଁର ରବି ନାହାକ ଦଣ୍ଡକୁ ଆସି ଦଣ୍ଡୁଆ ଭାବେ ଯୋଗଦେଇଥିଲେ । ଶନିବାର ରାତିରେ ହଠାତ୍ ରବି ଅସୁସ୍ଥ ହୋଇପଡିଥିଲେ । ସେଠାରୁ ସଂଗେ ସଂଗେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ରବିବାର ଦିନ ମୃତଦେହର ପୋଷ୍ଟମର୍ଟମ ପାଇଁ ଗ୍ରାମବାସୀ ରାଜି ହୋଇନଥିଲେ । ରବିଙ୍କ ଦେହରେ ଠାକୁର ଥିବାରୁ ପୂଜାପାଠ କଲେ ସେ ଭଲ ହୋଇଯିବେବୋଲି ଗ୍ରାମବାସୀ ଜିଦ୍ ଧରିଥିଲେ । ଏପରିକି କିଛି ଗ୍ରାମବାସୀ ଏନେଇ ଜିଲ୍ଲାପାଳଙ୍କୁ ଭେଟିଥିବା ସୂଚନା ମିଳିଛି ।

ଶେଷରେ ଶରଣକୁଳ ପୋଲିସର ହସ୍ତକ୍ଷେପ ପରେ ମଧ୍ୟାହ୍ନରେ ପୋଷ୍ଟମର୍ଟମ ହୋଇଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି । ବ୍ୟବଛେଦ ପରେ ଗ୍ରାମବାସୀ ମୃତ ଦେହକୁ ଗ୍ରାମକୁ ନେଇଯାଇଥିଲେ l ଶବ ଦାହ କରିବା ପରିବର୍ତ୍ତେ ସେଠାରେ ଚାଲିଲା ପୂଜାପାଠ l ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଅନ୍ୟ ଦଣ୍ଡୁଆ ମାନେ ପୂଜା ଅର୍ଚ୍ଚନା ଚଳାଇଲେ l ମୃତ ବ୍ୟକ୍ତିଙ୍କ ଦେହରେ ପାଣି ଢାଳିଥିଲେ l ବଞ୍ଚାଇବା ପାଇଁ ନାମ ସଂକୀର୍ତନ ମଧ୍ୟ ଚାଲିଥିଲା l ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଶରଣକୁଳ ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ l ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାପାଠ ଚାଲିଥିଲା । ପୋଲିସ ଅସହାୟ ହୋଇ ଘଟଣାସ୍ଥଳରୁ ଫେରିଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.