ଆଉ ଲୁଚି ଲୁଚି ରସୋଗଲା ଖାଇବେନି ଡାଇବେଟିସ୍ ରୋଗୀ, ସଜନା ପତ୍ରରେ ପ୍ରସ୍ତୁତ ଛେନାରୁ ତିଆରି ହୋଇଛି ସ୍ବତନ୍ତ୍ର ମିଠା

Published By : Prameya-News7 Bureau | January 28, 2021 IST

ଭୁବନେଶ୍ବର ୨୮/୦୧ : ଯଦି ଆପଣ ମିଠା ଖାଇବାକୁ ଭଲ ପାଆନ୍ତି ଏବଂ ଅନ୍ୟ ମାନଙ୍କ ଭଳି ମିଠା ଖାଇବାକୁ ଆପଣଙ୍କର ଇଚ୍ଛା ହେଉଥିବ, କିନ୍ତୁ ଡାଇବେଟିସ୍ କାରଣରୁ ଆପଣ ମିଠା ଖାଇ ପାରୁନଥିବେ ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ଏବେ ମିଠା ପ୍ରେମୀ ଡାଇବେଟିସ୍ ରୋଗୀଙ୍କୁ ଆଉ ଲୁଚି ଲୁଚି ମିଠା ଖାଇବାକୁ ପଡ଼ିବନି । ସେ ବର୍ତ୍ତମାନ ଖୋଲାଖୋଲି ଭାବରେ ମିଠା ଖାଇପାରିବେ । ସବୁଠାରୁ ବଡ କଥା ହେଉଛି ଏହାଦ୍ୱାରା ରକ୍ତଚାପ ଆୟତରେ ରହିବା ସହ ଶରୀରରେ ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇବ ।  

ସୂଚନା ଅନୁସାରେ, ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରଯୁକ୍ତି ବିଦ୍ୟା ବିଶ୍ଵବିଦ୍ୟାଳୟ ରେ ଗବେଷକ ମାନେ ସଜନା ପତ୍ରରୁ ଏକ ଏମିତି ଛେନା ପ୍ରସ୍ତୁତ କରିଛନ୍ତି, ଯାହା ଆପଣଙ୍କର ସୁଗାର- ରକ୍ତଚାପକୁ ଆୟତରେ ରଖିବ, କେବଳ ସେତିକି ନୁହେଁ ଷ୍ଟ୍ରବେରି ରୁ ପ୍ରସ୍ତୁତ ହୋଇଥିବା ରସଗୋଲା ଆପଣଙ୍କ ଇମ୍ୟୁନିଟିକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିବ ଏବଂ ଖୁବ ଶୀଘ୍ର ବିଶ୍ଵବିଦ୍ୟାଳୟ ଏହାକୁ ପେଂଟେଣ୍ଟ କରିବାକୁ ଚିନ୍ତା କରିଛି । କୁଳପତି ଡ. ଡିଆର ସିଂ ମଧ୍ୟ ଏହାକୁ ପେଂଟେଣ୍ଟ କରିବାକୁ କହିଛନ୍ତି ।

ସଜନା ପତ୍ର ଏବଂ ଷ୍ଟ୍ରବେରିରୁ ମିଳୁଥିବା ଲାଭ : ସଜନା ପତ୍ର ଏବଂ ଷ୍ଟ୍ରବେରିରେ ଅନେକ ଗୁଣ ରହିଛି । ଖାସକରି ଡାଇବେଟିସ୍ ପାଇଁ ସଜନା ପତ୍ରର ରସ ଏବଂ ଷ୍ଟ୍ରବେରିରେ ପ୍ରସ୍ତୁତ ପ୍ରଡକ୍ଟ ଅତ୍ୟନ୍ତ ଲାଭଦାୟକ ।

. ସଜନା ପତ୍ରରେ ରୋଗ ପ୍ରତିରୋଧକ କ୍ଷମତା ରହିଥାଏ ।

. ଏଥିରେ ପ୍ରଚୁର ପରିମାଣର ଭିଟାମିନ ବି କମ୍ପ୍ଲେକ୍ସ ରହିଥାଏ ।

. ଏଥିରେ ଆଣ୍ଟି ଏଲର୍ଜୀ ଏବଂ ଆଣ୍ଟି ଆକ୍ସିଡେଣ୍ଟ ର ଗୁଣ ରହିଥାଏ ।

. ଏହା ମଧୁମେହ ଏବଂ ରକ୍ତଚାପ କୁ ନିୟନ୍ତ୍ରିତ ରଖିଥାଏ ।

ଷ୍ଟ୍ରବେରିରୁ ମିଳୁଥିବା ଲାଭ :

. ଏଥିରୁ ପ୍ରତିରୋଧକ କ୍ଷମତା ବଢିଥାଏ ।

. କ୍ୟାନସର ଏବଂ ରକ୍ତଚାପକୁ ଆୟତରେ ବଞ୍ଚାଇଥାଏ ।

. ତ୍ୱଚା ଏବଂ କେଶ ପାଇଁ ଲାଭଦାୟକ ହୋଇଥାଏ ।

ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରଯୁକ୍ତି ବିଦ୍ୟା ବିଶ୍ଵବିଦ୍ୟାଳୟ ର ପଶୁପାଳନ ଏବଂ ଦୁଗ୍ଧ ବିଜ୍ଞାନ ବିଭାଗର ଗବେଷକ ମାନେ ସଜନା ପତ୍ରର ଛେନା ଏବଂ ଷ୍ଟ୍ରବେରି ମିଠା ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ସଜନା ପତ୍ର ରୁ ଛେନା ସ୍ପ୍ରେଡ଼ ଏହାକୁ ରୁଟି ଏବଂ ବ୍ରେଡ୍ ସହିତ ମଧ୍ୟ ଖିଆ ଯାଇପାରିବ। ଏଥିରେ ଫ୍ୟାଟ୍ ଖୁବ କମ ମାତ୍ରାରେ ରହିଛି । ଏହା ସହିତ ପ୍ରୋଟିନ୍ ଓ ମିନେରାଲ ଭରପୁର ହୋଇ ରହିଛି ।

ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରଯୁକ୍ତି ବିଦ୍ୟା ବିଶ୍ଵବିଦ୍ୟାଳୟର ଡ. ଏମପିଏସ ଯାଦବ ଏହାର ପ୍ରସ୍ତୁତ ପ୍ରଣାଳୀ କହିଛନ୍ତି ।  ୧ ଲିଟର ପାଣିରେ ୨୫୦ ଗ୍ରାମ ସଜନା ପତ୍ର ପକାଇ ପାଖାପାଖି ୭ରୁ ୮ ମିନିଟ୍ ପର୍ଯ୍ୟନ୍ତ ସିଝା ହୋଇ, ଏହା ଥଣ୍ଡା ହେଲାପରେ ସିଝା ଯାଇଥିବା ପତ୍ରକୁ ଛାଣି ସେଥିରେ କ୍ଷୀର ରେ ପ୍ରସ୍ତୁତ ଛେନା ମିଶ୍ରଣ କରନ୍ତୁ  ।  ୧ କେ.ଜି ଛେନାରେ ୧୫୦ ମିଲିଲିଟର ସଜନା ପତ୍ରର ରସ ଏବଂ ସେଥିରେ ୧.୫ ଶତକଡା ଲୁଣ ମିଶା ଯାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.