Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ୫ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ଗୋଟିଏ ଦିନରେ ୯୨ ସଂକ୍ରମିତ ଚିହ୍ନଟ

22/05/2020 at 9:07 PM

ସୁନ୍ଦରଗଡ୨୨/୫: କୋଭିଡ-୧୯ ସଂକ୍ରମିତଙ୍କ ତାଲିକାରେ ପୁଣି ୫ ନୂଆ କରୋନା ଆକ୍ରାନ୍ତଙ୍କ ନାଁ ଯୋଡି ହୋଇଛି। ଏହି ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାରେ ବୋଲି ଜଣାପଡିଛି। ଏହି ସଂକ୍ରମିତଙ୍କ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲାର ବଡ଼ଗାଁ ବ୍ଲକ ରେ ୨ ଜଣ ଏବଂ ଟାଙ୍ଗର ପାଲି ବ୍ଲକରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ମହାରାଷ୍ଟ୍ରରୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହା ପୂର୍ବରୁ ଶୁକ୍ରବାରରେ ଝାରସୁଗୁଡାରେ ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି।

ଶିଶୁଜଣଙ୍କ ନିଜ ପରିବାର ସହ ଆଗ୍ରାରୁ ଫେରିଥିଲେ । ତେବେ ବାହାର ରାଜ୍ୟରୁ ଆସିଥିବାରୁ ଶିଶୁଟିର ସ୍ୱାବ ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ରାଜ୍ୟରେ ଥମିବାର ନାଁ ନେଉନି କରୋନା । ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ୫ ବର୍ଷର ଶିଶୁକୁ ମିଶାଇ ଏବେସୁଦ୍ଧା ୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୫ ଛୁଇଁଲା ।

ଶୁକ୍ରବାର ଚିହ୍ନଟ ହୋଇଥିବା ୯୨ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୬ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ, ଝାରସୁଗୁଡାରୁ ଜଣେ ୫ ବର୍ଷର ଶିଶୁ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୬ ରହିଛନ୍ତି ।

   Related Posts