ମାଟି ତଳୁ ମିଳିଲା ୫ ହଜାର ବର୍ଷ ପୁରୁଣା ୟୁନାନୀ ‘ପ୍ରେମ ଦେବୀ’ ଏବଂ ‘ମଦ ଦେବତା’ଙ୍କ ମୂର୍ତ୍ତି

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧: ତୁର୍କୀର ପ୍ରତ୍ନତତ୍ତ୍ୱବିତମାନେ ଖନନ ସମୟରେ ୫୦୦୦ ବର୍ଷ ପୁରୁଣା ଦୁଇଟି ପ୍ରତିମୂର୍ତ୍ତି ପାଇଛନ୍ତି। ଏହି ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଗ୍ରୀକର ପ୍ରେମ ଦେବୀ ଆଫ୍ରୋଡାଇଟ୍ ଏବଂ ମଦ ଦେବତା ଡାୟୋନିସସଙ୍କର ବୋଲି ଜଣା ପଡିଛି। ପଶ୍ଚିମ ତୁର୍କୀର ଏକ ପ୍ରାଚୀନ ସହରରେ ଏହି ମୂର୍ତ୍ତିଗୁଡ଼ିକ ଦେଖିବାକୁ ମିଳିଛି, ଯେଉଁଠାରେ ବିଶ୍ୱରେ ପ୍ରଥମ ଷ୍ଟକ୍ ମାର୍କେଟ୍ ଖୋଲା ଯାଇଥିଲା। ପୂର୍ବ ଖନନ ସମୟରେ ମୂର୍ତ୍ତିଗୁଡ଼ିକର ନିମ୍ନ ଭାଗ ଦେଖିବାକୁ ମିଳିଥିଲା, କିନ୍ତୁ ବର୍ତ୍ତମାନ ତୁର୍କୀର ଆଇଜାନୋଇ ସହରରେ ୫୦୦୦ ବର୍ଷ ପୁରୁଣା ମୂର୍ତ୍ତିଗୁଡ଼ିକ ଦେଖିବାକୁ ମିଳିଛି। ପ୍ରତ୍ୟେକ ମୂର୍ତ୍ତିକୁ ଚୂନ ପଥରରେ ସୁନ୍ଦର ଭାବରେ ଖୋଦିତ କରାଯାଇଛି। ପ୍ରେମ ଦେବୀଙ୍କ ମୂର୍ତ୍ତିର ଲମ୍ବ ୧୯ ଇଞ୍ଚ ଏବଂ ମଦ ଦେବତାଙ୍କର ୧୭ ଇଞ୍ଚ ବୋଲି କୁହାଯାଉଛି।

ରୋମାନ ସମୟରେ ଆଇଜାନୋଇ ଏକ ଗୁରୁତ୍ୱପୂର୍ଣ୍ଣ ସହର ଥିଲା। ଏଠାରେ ଗ୍ରୀକ୍ ଦେବତା ଜ୍ୟୁସଙ୍କ ମନ୍ଦିର ଥିଲା ଏବଂ ସେଠାରେ ଷ୍ଟାଡିୟମ୍-ଥିଏଟର ଇତ୍ୟାଦି ଥିଲା। ଆଇଜାନୋଇ ସହର ଏହି ବଂଶର ମୁଖ୍ୟ ସହର ଥିଲା ଯାହା ପରେ ଫାରାଗିଆନ୍ ଏବଂ ଜ୍ୟୁସ ମନ୍ଦିର ଅଧୀନରେ ଶାସନ କରାଯାଇଥିଲା। ଏଠାରେ ଖ୍ରୀଷ୍ଟପୂର୍ବ ୩ ହଜାରର ଅବଶେଷ ମିଳିଛି। ଏହି ପ୍ରାଚୀନ ସହର ପ୍ରଥମେ ୧୮୨୪ ମସିହାରେ ୟୁରୋପୀୟ ଯାତ୍ରୀମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ତେବେ ଏଠାରେ ଖନନ ୧୯୨୬ ରୁ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.