Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅଣାୟତ୍ତ କରୋନା ଭାଇରସ : ୧୭ଶହ ଡେଇଁଲା ମୃତ୍ୟୁ ସଂଖ୍ୟା , ଆକ୍ରାନ୍ତ ୭୦ହଜାର ପାର୍‌

17/02/2020 at 7:44 AM

ବେଜିଂ ୧୭।୦୨: ଚୀନରେ ଅସମ୍ଭାଳ ହୋଇଗଲାଣି କରୋନା ଭାଇରସ ସ୍ଥିତି । ଶହ ଶହ ମୁଣ୍ଡ ନେଉଛି ପ୍ରାଣଘାତୀ କରୋନା ଭାଇରସ୍ । ଚୀନରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ଟପିଛି । ଏପର୍ଯ୍ୟନ୍ତ ୧୭୬୫ ଜଣ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ଜଣ ଏହି ମାରାତ୍ମକ ଭାଇରସରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହୁବେଇ ପ୍ରଦେଶ ବୋଲି ସୂଚନା ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିସାରିଛି ବୋଲି ଜଣାପଡିଛି। ଚୀନର ପଡ଼ୋଶୀ ତାଇୱାନରେ ଜଣେ ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ତେବେ କରୋନାର କେନ୍ଦ୍ରସ୍ଥଳର ଚୀନରେ ହୁବେଇ ପ୍ରଦେଶରେ ଆକ୍ରାନ୍ତଙ୍କ ବୃଦ୍ଧି ହାର ସାମାନ୍ୟ କମିଛି ।

ସେପଟେ ଜାପାନର ୟୋକୋହାମା ବନ୍ଦର ନିକଟରେ ଡେରା ପକାଇଥିବା କ୍ରୁଜ ସିପ୍ ରୁ ୨୨୦୦ ଜଣଙ୍କୁ ସେଠାରୁ ଛଡ଼ାଯାଇଛି । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଚୀନରୁ ଫେରିଥିବା ୪୦୬ ଜଣ ଭାରତୀୟଙ୍କୁ ଆଇଟିବିପି କ୍ଯାମ୍ପରେ ରଖାଯାଇଥିଲା । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନମିଳିବା ପରେ ଆଜି ଠାରୁ ପର୍ଯ୍ୟାୟକ୍ରମେ ଘରକୁ ଛଡ଼ାଯିବ ।

   Related Posts