Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ରଘୁନାଥ ଜୀଉ ମଠର ପୁନଃ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଲା ନୂତନ କମିଟି ସଦସ୍ୟ

30/07/2021 at 8:42 AM

ନୀଳଗିରି ୩୦/୭: ପ୍ରାଚୀନ କୀର୍ତ୍ତିଭରା ଐତିହାସିକ ରଘୁନାଥ ଜୀଉ ମଠର ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିବା ବେଳେ ଶହଶହ ଏକର ଜମି ଜବରଦଖଲରେ ରହିଛି । ମଠ ଓ ଜମିର ପୁନଃଉଦ୍ଧାର ପାଇଁ ବାରମ୍ବାର ପ୍ରସାର ପରେ ଏବେ ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ବ ହୋଇଛି । ଦେବତ୍ତୋର କମିଶନର ନୂତନ କମିଟି ଗଠନ କରିବା ପରେ ଏହି କମିଟି ମଠଟିକୁ ନବକଳେବର କରିବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜବାଟିର ଠିକ ସାମ୍ନାରେ ଅବସ୍ଥିତ ରଘୁନାଥଜୀଉ ମଠ।ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଏହି ମଠକୁ ନିର୍ମାଣ କରିଥିଲେ । ଦୂର ଦୂରଦୁରାନ୍ତରୁ ପ୍ରଜା ମାନେ ରାଜାଙ୍କୁ ଭେଟିବାକୁ ଆସୁଥିବା ବେଳେ କାମ ନସରିଲେ ଏହି ମଠରେ ରୀତ୍ରୀ ଯାପନ କରୁଥିଲେ । ସେମାନଙ୍କ ପାଇଁ ଖାଇବାର ମଧ୍ୟ ବ୍ୟବସ୍ଥା ମଧ୍ୟ ରାଜା କରୁଥିଲେ । ଏପରିକି ଶାଳଗ୍ରାମ ,ହନୁମାନ, ରାମ ,ଲକ୍ଷ୍ମଣ ,ସୀତା ବିଗ୍ରହ ଭିତରେ ପୂଜା ପାଇ ଆସୁଥିଲେ ।

ପରବର୍ତ୍ତୀ ଅବସ୍ଥାରେ ମଠରେ ମହନ୍ତ ମଧ୍ୟ ରହୁଥିଲେ । ସେମାନଙ୍କ ପରଲୋକ ପରେ ତାଙ୍କର ଚେଲା ମହନ୍ତ ହୋଇ ମନ୍ଦିର ର ରକ୍ଷଣାବେକ୍ଷଣ ଓ ପୂଜା କରିଆସୁଥିଲେ । ରଘୁନାଥଜୀଉ ମଠ (ମନ୍ଦିର) କୁ ପରେ ଦେବତ୍ତୋର ବିଭାଗକୁ ହସ୍ତାନର କରାଯିବା ପରେ ପରିଚାଳନା ପାଇଁ ଏକ କମିଟି ଗଠନ ହେବାସହ ନିର୍ବାହୀ ଅଧିକାରୀ ରହିଥିଲେ । ୭୦୦ ରୁ ଉର୍ଦ୍ଧ ଏକର ଜମି ମଧ୍ୟ ମଠର ନାମରେ ଥିଲା । ହେଲେ ପରିଚାଳନା ତ୍ରୁଟି ପାଇଁ ଆଜି ଜମିର ହିସାବ ମିଳୁନାହିଁ ।

ପୁର୍ବରୁ ରାଜସ୍ଵ ବିଭାଗର ନୋଟିସର ଉତ୍ତର ନଦେବା କିମ୍ବା ଜମି ର ଦାବି ଉପସ୍ଥାପନ ନକରିବା ପାଇଁ ଆଜି ଶହ ଶହ ଜମି ଜବରଦଖଲ ହୋଇ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ମଠଟି ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିଲା । ପୁରାତନ ଛାତ ଓ ପାଚେରୀ ଭୁଶୁଡିବା ଅବସ୍ଥାକୁ ଚାଲି ଯାଇଥିବା ବେଳେ ମହନ୍ତ ଙ୍କ ତିନୋଟି ସମାଧି ମଧ୍ୟ ଦରଭଙ୍ଗା ହୋଇ ସେଥିରେ ଗଛ ଉଠି ସରୀସୃପ ରହୁଥିଲେ ।

ଏପରିକି ପୂଜକଙ୍କୁ ସାପ କାମୁଡିବା ପରେ ଜୀବନ ସହିତ ସଂଗ୍ରାମ କରି ଭଲ ହୋଇ ଆସିଥିଲେ।ବାରମ୍ବାର ମଠ ଓ ଜମିର ପୁନଃଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିବା ବେଳେ ନୂତନ କମିଟି ଗଠନ କରିବାକୁ ଦାବି ହୋଇ ଆସୁଥିଲା । ପରବର୍ତୀ ମୁହୂର୍ତ୍ତରେ ନୂତନ କମିଟି ଗଠନ ହେବା ପରେ ମଠଟିକୁ ପୁନଃ ଉଦ୍ଧାର ପାଇଁ ଅଣ୍ଟାଭିଡିଛନ୍ତି । ମନ୍ଦିର ଭିତରେ ମରାମତି ହେବା ତିନୋଟି ଭଗ୍ନ ସମାଧି ଭାଙ୍ଗି ମଠ ବାଡ଼ି ଭିତରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମାଧିରୁ ବାହାରିଥିବା ଇଟା ସେଠାରେ ଲଗାଯିବା ସହ ପୂଜା ପାଉଥିବା ପାଦୁକା ମଧ୍ୟ ସାଇତି ରଖାଯାଇଛି । ପାଚେରୀ,ମୁଖଦ୍ୱାର ମନ୍ଦିର ରଙ୍ଗ ହୋଇ ନବକଳେବର ହୋଇଛି। ଆଗରେ ପ୍ରଶସ୍ତ ଜଗାଥିବାରୁ ଦୋକାନ ଗୃହ ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ବ ହୋଇଛି । ମଠର ପୁନଃ ଉଦ୍ଧାର ପାଇଁ ବହୁ ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗର ହାତ ବଢାଇଛନ୍ତି.

   Related Posts