ଅଣସରରେ ଶ୍ରୀଜିଉ, ଆଜିଠୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା : ସେପଟେ ଅଲାରନାଥରେ ୧୪୪ ଧାରା, ୩୦ଯାଏଁ ଦର୍ଶନ ବନ୍ଦ

Published By : Prameya-News7 Bureau | June 06, 2020 IST

ପୁରୀ।ବ୍ରହ୍ମଗିରି ୬।୬: ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ଅଣସରଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି । ଏଥିପାଇଁ ଆଜିଠାରୁ ପଟିଦିଅଁଙ୍କୁ ପୂଜା କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଙ୍କୁ ପୂଜା କରାଯିବା ବିଧି ରହିଛି ।

{"id":281812,"sizeSlug":"large"}

ପଟିଦିଅଁଙ୍କ ପାଖରେ ମଙ୍ଗଳଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାରବେଶ ଏବଂ ବଡ଼ସିଂହାର ଭୋଗ ସମେତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥହୋଇ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନଦେବା ପର୍ଯ୍ୟନ୍ତ ପଟିଦିଅଁଙ୍କୁ ପୂଜା କରାଯିବ ।

{"id":281813,"sizeSlug":"large"}

ଶ୍ରୀଜିଉ ଅସୁସ୍ଥ ଥିବାରୁ ଦଇତାପତି ସେବକମାନେ ଅଣସରଘରେ ଠାକୁରଙ୍କ ଗୁପ୍ତସେବା କରିବେ। ପ୍ରଭୁଙ୍କୁ ଜ୍ବର ହୋଇଥିବାରୁ ପଣା ଏବଂ ଚକଟା ଭୋଗ କରାଯିବ। ଏହିସମୟରେ ମହାପ୍ରଭୁଙ୍କ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଜ୍ବରପୀଡା ଲାଘବ ପାଇଁ ଠାକୁରଙ୍କୁ ଫୁଲୁରିତେଲ ମାଲିସ କରାଯିବା ସହ ଦଶମୂଳ ମହୋଷଧି ଖାଇବାକୁ ଦିଆଯିବ। ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ଶ୍ରୀଜିଉ ଚକା ବିଜେ କରିବେ।

{"id":281814,"sizeSlug":"large"}

ସ୍ନାନଯାତ୍ରା ପରେ ଅଣସର ଘରେ ଅଛନ୍ତି ଶ୍ରୀଜିଉ । ପରମ୍ପରା ଅନୁସାରେ ଏହି ସମୟରେ ଅଲାରନାଥରେ ଦର୍ଶନ ଦେବେ । ତେବେ କୋଭିଡ୍ କଟକଣା ଯୋଗୁଁ ବ୍ର୍ରହ୍ମଗିରି ଅଲାରନାଥରେ ଭକ୍ତ ଦର୍ଶନ କରିପାରିବେ ନାହିଁ । ଅଲାରନାଥଙ୍କ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯିବା ସହ ବାରିକେଡ୍ କରାଯାଇଛି । ଭକ୍ତଙ୍କୁ ଦର୍ଶନ ବାରଣ । ପ୍ରଶାସନ ଅଲାରନାଥ ମନ୍ଦିରର ସିଂହଦ୍ବାର, ଆନନ୍ଦବଜାର, ଲକ୍ଷ୍ମୀ ମନ୍ଦିର ରାସ୍ତା ଓ ଚନ୍ଦନ ଚକଡାକୁ ସିଲ୍ କରିଛି ।

{"id":281815,"sizeSlug":"large"}

୨୦ ତାରିଖ ପର୍ଯନ୍ତ ମନ୍ଦିର ଭିତରେ ଓ ବାହାରେ ୧୪୪ ଧାରା ଜାରି ହୋଇଛି । ସେହିପରି ୩୦ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.