Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ନ୍ୟାୟ ଦାବି ପାଇଁ ଅମରଣ ଅନଶନରେ ନୀଳମଣି, ଚଞ୍ଚକତା କରି ଦିଆଯାଉନି କ୍ଷତିପୂରଣ…

24/10/2020 at 2:28 PM

ଝାରସୁଗୁଡ଼ା ୨୪।୧୦: ଚକ୍ରବ୍ୟୁହରେ ଫସିଲେ ନିଳମଣି । ଯଦି କେହି ସହଯୋଗ ନକଲେ, ତେବେ ଏକା ଲଢିବା ମନବୃତ୍ତିରେ ନ୍ୟାୟ ଦାବିରେ ନୀଳମଣି ଭିତିରିଆ । କୌଣସି ବି ବ୍ୟକ୍ତିର ସହଯୋଗ ନନେଇ ନିଜ ଜମିର ପ୍ରାପ୍ୟ ପାଇବାକୁ ଧାରଣାରେ ବସିଛନ୍ତି । ଆଜକୁ ୨ଦିନ ହେବ ଆମରନ ଅନଶନରେ ବସିଛନ୍ତି । ତାହା ପୁଣ ନିଜ ଜମି ଉପରେ । ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଥିବା MCL କୋଇଲା ଖଣି ସ୍ଥାନୀୟ ଲୋକଙ୍କ ଠାରୁ ଜମି ନେଇ କ୍ଷତିପୂରଣ କିମ୍ବା ପରିବାରର କାହାରିକୁ ଚାକିରୀ ଦେଇ ନଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଣି ଟିଙ୍ଗିସମାଲ ଅଞ୍ଚଳର ଜଣେ ଯୁବକ ଆମରଣ ଅନଶନରେ ବସିଛନ୍ତି।

ଲଖନପୁର କୋଇଲା ଖଣି କୋଇଲା ଉତ୍ତୋଳନ ବେଳେ ଟିଙ୍ଗିସମାଲ ଅଞ୍ଚଳର ଅଧିକାଂଶ ଜମି ଅଧିଗ୍ରହଣ କରିଥିଲା MCL । ଜମିହରାଙ୍କୁ ଚାକିରୀ ଓ କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ ହୋଇଥିଲା। ତେବେ ଖଣିରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଯାଇଥିବା ବେଳେ ଏଯାଏଁ ଜମିହରାଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ କରିଛନ୍ତି ନିଳମଣି । ଟିଙ୍ଗିସମାଲରେ ନୀଳମଣି ଭିତିରିଆଙ୍କ ୩ ଏକରରୁ ଅଧିକ ଜମି ଥିଲା। MCL ଏହି ଜମିକୁ ଅଧିଗ୍ରହଣ କରିଛି। କିନ୍ତୁ  ଏପର୍ଯ୍ୟନ୍ତ ନା ମିଳିଛି କ୍ଷତିପୂରଣ ନା ପରିବାରର କାହାକୁ ମିଳିଛି ଚାକିରୀ। ଏନେଇ ବାରମ୍ବାର ପୋଲିସର ଦ୍ବାରସ୍ଥ ହୋଇଥିଲେ ବି କିଛି ଲାଭ ମିଳିନଥିଲା । ଯାହାଫଳରେ ସେ ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି ।

ଗାଁରେ ନୀଳମଣିଙ୍କ ଆହୁରି ଜମିଥିବା କହିଛନ୍ତି। ଚଞ୍ଚକତା କରି ତାଙ୍କ କ୍ଷତିପୂରଣ ଦିଆଯାଉନଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ଆଳ ଦେଖାଇ ତାଙ୍କୁ ଚାକିରୀ ଦିଆଯାଉନଥିବା ଅଭିଯୋଗ ହୋଇଛି। ଟିଙ୍ଗିସମାଲ ଅଞ୍ଚଳର କୌଣସି ପରିଚୟ ପତ୍ର ନଥିବା ଦର୍ଶାଇ ତାଙ୍କୁ ନିଯୁକ୍ତି ଦେଉନଥିବା କହିଛନ୍ତି ନୀଳମଣି। ଏମସିଏଲ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜମିକୁ ଅଧିଗ୍ରହଣ କରି ଜମି ଉପରେ କାମ ଆରମ୍ଭ କରିବାରୁ ସେ ପ୍ରତିବାଦରେ ଏହି ଅନଶନରେ ବସିଛନ୍ତି।

ବର୍ତ୍ତମାନ ତାଙ୍କ ଚାରିପଟେ ବଡ ବଡ ମେସିନ୍‌ରେ ମାଟି କଟା ଆରମ୍ଭ ହୋଇଥିବା ବେଳେ ସେ ମଝିରେ ଫସିଛନ୍ତି । ଘଟଣାସ୍ଥଳକୁ ଦୁଇଦିନ ହେଲାଣି କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏମସିଏଲ ଅଧିକାରି ପହଞ୍ଚି ନଥିବା ବେଳେ କାମ କରୁଥିବା ଠିକାସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଚମକ ଦିଆଯାଉଛି |

   Related Posts