Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କାଲି ୨ଘଣ୍ଟା, ଆଜି ୪ଘଣ୍ଟା, ତଥାପି ସରିନି : ସୋମବାର ପୁଣି ହାଜର ହେବାକୁ ଅନନ୍ୟା ପାଣ୍ଡେଙ୍କୁ ସମନ ଜାରିକଲା NCB

22/10/2021 at 9:47 PM

ମୁମ୍ବାଇ ୨୨/୧୦ : ଗତକାଲି ଗୁରୁବାର ଚାଲିଥିଲା ପଚରାଉଚରା, ଆଜି ଶୁକ୍ରବାର ବି ମାରାଥନ୍‌ ଜେରା ତଥାପି ସରିନି । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ପୁଣି ହାଜର ହେବାକୁ ଅନନ୍ୟା ପାଣ୍ଡେଙ୍କୁ ସମନ ଜାରି କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) । ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡର ମହାନ ହସ୍ତୀମାନେ ଛନ୍ଦି ହୋଇଯାଇଥିବା ବେଳେ ଅଡୁଆ ମଧ୍ୟ ବଢୁଛି ।

ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇ ଏବେ ପୋଲିସ ହେପାଜତରେ ଥିବା ବେଳେ ସେହି ମାମଲାରେ ଛନ୍ଦି ହୋଇଯାଇଛନ୍ତି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଶୁକ୍ରବାର ଦିନ ୨ଟା ରେ ଏନ୍‌ସିବି ଅଫିସରେ ହାଜର ହୋଇଥିଲେ ଅନନ୍ୟା । ଭିତରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଆଜି ଶେଷ ହୋଇନାହିଁ ପଚରାଉଚରା । ଆସନ୍ତା ସୋମବାର ପୁଣିଥରେ ହାଜର ହେବାକୁ ସମନ ଜାରି କରିଛି ଏନ୍‌ସିବି ।

ତେ​ବେ ଶୁକ୍ରବାର ଜେରା ବେଳେ ଏନ୍‌ସିବି ଅଧିକାରୀ ଡ୍ରଗ୍ସ ନେବା ଏବଂ ଯୋଗାଇବା ନେଇ ଅନନ୍ୟାଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ସେ । ଏହା ସହିତ ଆର୍ଯ୍ୟନ ବାବଦରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ପଚରାଉଚରା ବେଳେ ବହୁ ତଥ୍ୟ ପାଇଛି ଏନ୍‌ସିବି । ଏହା ପୂର୍ବରୁ ଗତକାଲି ଅର୍ଥାତ ଗୁରୁବାର ଅନନ୍ୟା ପାଣ୍ଡେଙ୍କୁ ପ୍ରାୟ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଆର୍ଯ୍ୟନ ସହ ଡ୍ରଗ୍ସ ନେଣଦେଣ ନେଇ ହ୍ବାଟସଆପ୍‌ରେ ଅନନ୍ୟା ପାଣ୍ଡେ ଚାଟ୍‌ କରିଥିବା ଜଣାପଡିବା ପରେ ତାଙ୍କୁ ସମନ ଜାରି କରିଥିଲା ଏନ୍‌ସିବି । ଏହି ଘଟଣାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଆର୍ଯ୍ୟନ ସହିତ ହ୍ବାଟସଆପ୍‌ ଚାଟ୍‌ରେ ଗଞ୍ଜେଇ ବାବଦରେ ମଧ୍ୟ କିଛି କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା ଏନ୍‌ସିବି ।

ଗୁରୁବାର ଅନନ୍ୟା ପାଣ୍ଡେଙ୍କୁ ୨ ଘଣ୍ଟା ଧରି ମାରାଥନ୍‌ ଜେରା କରିଥିଲା ଏନ୍‌ସିବି । ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ, ତଦନ୍ତକାରୀ ଅଧିକାରୀ ବିବି ସିଂହ ଏବଂ ଜଣେ ମହିଳା ଅଧିକାରୀ ଅନନ୍ୟାଙ୍କୁ ଜେରା କରିଥିଲେ । ତେବେ ସେତିକିରେ ଶେଷ ହୋଇନଥିଲା ଜେରା । ଆଜି ମଧ୍ୟ ୪ ଘଣ୍ଟା ଧରି ଜେରା କରାଯାଇଥିଲା କିନ୍ତୁ ତଥାପି ସରିନି । ପୁଣି ଥରେ ଆସନ୍ତା ସୋମବାର ହାଜର ହେବାକୁ ଅନନ୍ୟା ପାଣ୍ଡେଙ୍କୁ ସମନ ଜାରି ହୋଇଛି । ତେବେ କଥା ହେଉଛି ଅନନ୍ୟା ନିକଟରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଏନ୍‌ସିବି । ସେଥିପାଇଁ ଦୀର୍ଘ ସମୟ ଧରି ପଚରାଉଚରା ପରେ ବି ପୁଣି ସମୟ ନେଇଛି । ଶୁଣିବାକୁ ମିଳିଛି, ଡ୍ରଗ୍ସ ଲିଙ୍କ ମାମଲା​‌ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଗିରଫ ମଧ୍ୟ ହୋଇପାରନ୍ତି ।  

   Related Posts