Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ନିଜଠାରୁ ୩୩ ବର୍ଷ ବଡ ଅଭିନେତା ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ

16/12/2019 at 3:03 PM

ମୁମ୍ବାଇ୧୬|୧୨:  ୫୪ରେ ପାଦ ଥାପିବେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ । ଏ ପର୍ଯ୍ୟନ୍ତ ସେ ସବୁଠାରୁ ଏଲିଜିବଲ୍‌ ବ୍ୟାଚଲର୍‌ । ତାଙ୍କର ପ୍ରଶଂସିକାଙ୍କ ସଂଖ୍ୟା ବହୁତ । ହେଲେ ଏପର୍ଯ୍ୟନ୍ତ ସଲାମାନଙ୍କୁ ଜୀବନ ସାଥୀ ମିଳି ନାହାନ୍ତି । ଅନେକଙ୍କ ସହ ସମ୍ପର୍କ ଓ ବ୍ରେକ ଅପ୍‌କୁ ନେଇ  ଚର୍ଚ୍ଚାରେ ରୁହନ୍ତି  ମିଷ୍ଟର ଖାନ୍‌ ।

ବିବାହକୁ ନେଇ ଦବଙ୍ଗ ଷ୍ଟାର ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ସଲମାନଙ୍କ ବିବାହ ନେଇ ଅନେକ ଚର୍ଚ୍ଚା ହୁଏ। ସଲମାନଙ୍କ ପ୍ରେମ କାହାଣୀ ଓ ପ୍ରେମିକାଙ୍କ ଖବର ସମସ୍ତଙ୍କୁ ଜଣା ହେଲେ ତଥାପି ଏଯାଏଁ ସେ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି।

ତେବେ ନିକଟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଅଭିନେତା ସଲମାନ ଖାନଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦ ୟିଅର ୨”ରେ ଅଭିନୟ କରି ଅନନ୍ୟା ପାଣ୍ଡେ ବଲିଉଡରେ ଡେବ୍ୟୁ କରିଛନ୍ତି। ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା ଯେ, ବଲିଉଡର କେଉଁ ଅଭିନେତାଙ୍କୁ ସେ ନିଜ ସ୍ବାମୀ ଭାବେ ଦେଖିବାକୁ ଚାହାନ୍ତି।

ଏ ନେଇ ଅନନ୍ୟା ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ନାଁ ନେଇଥିଲେ।  ଅନନ୍ୟା  ପିଲାବେଳୁ ସଲମାନଙ୍କୁ ବହୁତ ପସନ୍ଦ କରନ୍ତି। ସଲମାନଙ୍କ ଜୁଡୱା ଫିଲ୍ମ ଦେଖିବା ପରଠୁ ଅନନ୍ୟା ତାଙ୍କର ବହୁତ ବଡ ଫ୍ୟାନ ହୋଇଥିଲେ। ନିକଟରେ ଅନନ୍ୟାଙ୍କ ଫିଲ୍ମ ପତି ପତ୍ନୀ ଅର ୱୋ ରିଲିଜ ହୋଇଛି। ଏହି ଫିଲ୍ମରେ ଅନନ୍ୟାଙ୍କ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ ଓ ଭୂମି ପେଦନାକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

 

   Related Posts