Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିବା ପରେ ଅନନ୍ୟାଙ୍କୁ ବଡ ଝଟକା, ଏହି ବଡ ଫିଲ୍ମରୁ ହେଲେ ଆଉଟ୍

23/10/2021 at 1:19 PM

ମୁମ୍ବାଇ ୨୩/୧୦: ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ସାମ୍ନାକୁ ଆସିବା ପରେ ତାଙ୍କ ଅସୁବିଧା କମିବାର ନା ନେଉନାହିଁ। ଏନେଇ ଏନସିବିର ଟିମ୍ ତାଙ୍କୁ ଦୁଇଥର ପଚରାଉଚରା କରିସାରିଲାଣି ଏବଂ ସୋମବାର ଦିନ ପୁଣି ତାଙ୍କୁ ଏନସିବି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାର ପ୍ରଭାବ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ଦୃଶ୍ୟମାନ ହେଉଛି। ଡ୍ରଗ୍ସ ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମରୁ ବାହାର କରି ଦିଆଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ବିଜୟ ଥଲାପତିଙ୍କୁ ଖୁବ୍ ଶୀଘ୍ର ‘ଥଲାପତି ୬୬’ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟିକୁ ଭାମି ପେଡିପଲି ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଅନନ୍ୟା ପାଣ୍ଡେଙ୍କୁ ମନୋନୀତ କରାଯାଇଥିଲା। ଯାହା ପରେ ହିନ୍ଦୀରେ ମଧ୍ୟ ଡବିଂ କରାଯିବାର ଥିଲା। କିନ୍ତୁ ବର୍ତ୍ତମାନ ସୂଚନା ମିଳୁଛି ଯେ ତାଙ୍କୁ ‘ଥଲାପତି ୬୬’ ଫିଲ୍ମରୁ ହଟାଇ ଦିଆଯାଇଛି। ଆର୍ଯ୍ୟନ ଖାନଙ୍କ ହ୍ୱାଟସ୍ ଆପ୍ ଚାଟ୍ ରେ ଅନନ୍ୟାଙ୍କ ନାମ ସାମ୍ନାକୁ ଆସିଥିଲା, ଯାହା ପରେ ଗୁରୁବାର ଏନସିବି ଟିମ୍ ତାଙ୍କ ଘରେ ପହଞ୍ଚିଥିଲା। ଅନନ୍ୟା ଚାଟ୍‌ରେ ଗଞ୍ଜେଇ ମାଗିଥିବା ଅଭିଯୋଗ ହୋଇଛି।

   Related Posts