Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମୁମ୍ବାଇରେ ଅଛି ଆକର୍ଷଣୀୟ ଘର: ବାପାଠୁ ରୁହନ୍ତି ଅଲଗା, ୩ଟି ଫ୍ଲପ୍ ଫିଲ୍ମ କରି ସମ୍ପତ୍ତି ୭୨ କୋଟି ଟଙ୍କା

22/10/2021 at 5:59 PM

ମୁମ୍ବାଇ ୨୨/୧୦ : ଡ୍ରଗ୍ସ ମାମଲାରେ ଅନନ୍ୟା ପାଣ୍ଡେଙ୍କୁ ଗତକାଲି ଅଢେଇ ଘଣ୍ଟା ପଚରାଉଚୁରା ପରେ ଏନସିବି ଶୁକ୍ରବାର ଦିନ ପୁଣି ପଚରାଉଚୁରା ପାଇଁ ଡାକିଛି। ଅନନ୍ୟାଙ୍କୁ ପଚରାଉଚୁରା ଜାରି ରହିଛି। ତାଙ୍କୁ ୧୧ଟା ରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାରଥିଲା କିନ୍ତୁ ସେ ୧.୩୦ ରେ ଘରୁ ବାହାରିଥିଲେ। ଗୁରୁବାର ଦିନ ଅନନ୍ୟାଙ୍କ ଘରେ ଏନସିବି ରେଡ ମଧ୍ୟ କରିଥିଲା। ରେଡ ପରେ ଏନସିବି ଅନନ୍ୟାଙ୍କ ଫୋନ ଜବତ କରିଥିଲା।

୨୨ ବର୍ଷୀୟ ଅନନ୍ୟା ପାଣ୍ଡେ ନିଜ ପିତା ଚଙ୍କି ପାଣ୍ଡେଙ୍କ ଠାରୁ ଅଲଗା ରୁହନ୍ତି। ସେ ନିଜେ ଏକ ଘର କିଣିଛନ୍ତି। ରିପୋର୍ଟ ଅନୁଯାୟୀ ଅନନ୍ୟାଙ୍କ ସମ୍ପତ୍ତି ୭୨ କୋଟି ଟଙ୍କା। ସେ ଗୋଟିଏ ଫିଲ୍ମ ପାଇଁ ୨ କୋଟି ଟଙ୍କା ଚାର୍ଜ କରନ୍ତି। ଅନନ୍ୟା ବିଜ୍ଞାପନରୁ ଅଧିକ ରୋଜଗାର କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୦.୩ ମିଲିୟନ ଫଲୋୟର୍ସ ଅଛନ୍ତି। ଏହି ଫ୍ୟାନ ବେସର ଫାଇଦା ତାଙ୍କୁ ବ୍ରାଣ୍ଡ ପ୍ରମୋସନ କରି ମଧ୍ୟ ମିଳେ।

ଅନନ୍ୟା ପାଣ୍ଡେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଘନିଷ୍ଠ ବନ୍ଧୁ। ଆର୍ଯ୍ୟନଙ୍କ ସହ ମଧ୍ୟ ତାଙ୍କର ଭଲ ବନ୍ଧୁତା ଅଛି। ୩ ଜଣ ସାଙ୍ଗରେ ପାର୍ଟି କରୁଥିବା ନଜର ଆସନ୍ତି। ଅନନ୍ୟା ମଧ୍ୟ ଆର୍ଯ୍ୟନଙ୍କ ସହ ଡ୍ରଗ୍ସ ସେବନ କରୁଥିବା ଏନସିବି ସନ୍ଦେହ କରିଛି। କାରଣ ଉଭୟଙ୍କ ଚାଟ ଏମିତି କିଛି ଇସାରା କରିଛି।

ଅନନ୍ୟା ଏବେ ଯାଏଁ ମାତ୍ର ୩ଟି ଫିଲ୍ମରେ କାମ କରିଛନ୍ତି। ଷ୍ଟୁଡେଣ୍ଟ ଅଫ ଦ ୟର-୨’, ‘ପତି ପତ୍ନୀ ଔର ୱୋ-୨’, ‘ଖାଲି ପିଲି’ ରେ ସେ ଅଭିନୟ କରିଛନ୍ତି। ଷ୍ଟାର କିଡ଼ ହୋଇଥିବାରୁ ସେ ଅନେକଥର ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି।

   Related Posts